ନାରୀର ସ୍ଵାଧୀନତା
ଆଜିକାଲିର ପୁରୁଷ ସମାଜ କ'ଣ ନାରୀମାନଙ୍କୁ ସ୍ଵାଧୀନତା ଦେବାକୁ ଚାହେଁ ? ପୁରୁଷ ଚାହେଁ ନାରୀ ଆଜୀବନ ଅଧିକାର ଅପେକ୍ଷାରେ ରହୁ । ପୁରୁଷପ୍ରଧାନ ସମାଜରେ ନାରୀ ଓ ପୁରୁଷ ମଧ୍ୟରେ ରହିଛି ଏକ ଅନ୍ତର, ଯେଉଁ ଅନ୍ତର ସଂପର୍କରେ ନା ଅତୀତରେ ନାରୀ ପ୍ରଶ୍ନ ପଚାରି ନ ଥିଲା କି ପ୍ରତିବାଦ କରି ନ ଥିଲା କିମ୍ବା ବର୍ତ୍ତମାନ ମଧ୍ୟ କରିପାରୁନି । ମୂଲ୍ୟବୋଧ ନାମକ ମିଛରେ ଜୁଝିଯାଇଛି ସେ । ସମାଜ କାଳେ ଆଙ୍ଗୁଳି ଉଠେଇବ ? ଏହି ଭାବନାରୁ ସେ ଆଗକୁ ବଢିପାରୁନି। ? ସବୁବେଳେ ତା'ର ଧୈର୍ଯ୍ୟ ଓ ସହନଶୀଳତାକୁ ଉପହାସ କରିଛି ସମାଜ ।
— % &
-