Sujata Behura  
64 Followers · 74 Following

Joined 16 July 2020


Joined 16 July 2020
6 MAR 2021 AT 23:56

ତୁ ସାଇତା ଅଭିମାନ
ମୁଁ ତୋ ମନ ତଳ କାହାଣୀ
ତୁ ଦୂର ପାହାଡର ଅନନ୍ୟ ବନାନି
ମୁଁ ତୋ ପାଦ ଦେଶର ମାଟିଆ ଧୂଳି
ତୁ ମନର ବେଦନା ହେଲେ
ମୁଁ ଜ୍ୱଳନର ଶିତଳ ଜଡିବୁଟି
ତୁ ଖରା ଟିଏ ହେଲେ
ମୁଁ ତୋ ଛାଇ ଟିଏ ହୋଇ
ତୋ ସାଥି ଚାଲୁଛି ମିଶିବା ପାଇଁ !!

-


6 MAR 2021 AT 23:40

ଅଳପ ଥିଲା ସେ ଆଳାପ
ଇଛା ଥିଲା କରିବାକୁ ଅନେକ ଗଳ୍ପ
ତୁମ ସହ ବିତାଇବାକୁ ଆଉ କିଛି ମୁହୁର୍ତ୍ତ
ଶୁଣି ବାକୁ ତୁମ ମଧୁର ଶବବ୍ଦ
ଆଜିବି ଚାତକ ସେ ପୂରୁଣା ଗଳ୍ପର
ଶୁଣିବାକୁ ତୁମ ଠାରୁ କାହାଣୀର ଶେଷ ଆଳାପ !!

-


4 MAR 2021 AT 23:33

ନୀଳ ଆକାଶ ତଳେ
ଉଡୁ ଥିଲି ଡେଣା ଝାଡି
ଗଢୁ ଥିଲି ବାଲି ଘର
ପୁଣି ଭାଙ୍ଗୁ ଥିଲି ବାରମ୍ବାର
ଖେଳୁ ଥିଲି ଲୁଚକାଳି
ସାଙ୍ଗ ସାଥେ ମେଳି କରି
ଭିଜୁ ଥିଲି ବର୍ଷାରେ
କାଗଜ ଡଙ୍ଗା ସାଥେ
ପାଣି ଫୋଟକାକୁ ଆଡ କରି
ଖେଳୁ ଥିଲି ଫଗୁ ହୋଲି
ରଙ୍ଗ ସହ ପିଚକାରି
ନୀଳ ଆକାଶ ତଳେ
ଧରଣୀ କୁ ରଙ୍ଗ ବୋଳି
ସେଫାଳିର ବାସ୍ନାଇତ ମହକରେ
ହଜୁ ଥିଲି କେତେ ରାତ୍ରୀ
ନୀଳ ଆକାଶକୁ ଚାହିଁ
ତନ୍ଦ୍ରାର ଆଲୋକକୁ ଭେଦି !!

-


4 MAR 2021 AT 18:40

କେତେ କୋହ ଥମିଯାଏ ସମୟର ଆୟତରେ
ଆଉ କିଛି ଥମିଯାଏ ବୟସର ପରି ପକୋତାରେ

-


3 MAR 2021 AT 23:33

କିଛି ପୃଷ୍ଟା ଲେଖିଥିଲି ସାଧା କାଗଜରେ
ଅଙ୍କା ବଙ୍କା ଶବ୍ଦ ଧାରେ କିଛି ସତ କିଛି ଭାବନାରେ
ଶବ୍ଦ ବୀଜ ପୋତି ଗଢିଥିଲି ସୁନ୍ଦର କବିତାର ଗୁଳ୍ମ ଟିଏ
ଲେଖିଥିଲି ମନର ଅବ୍ୟକ୍ତ ଭାବନା ସେଇ ତରୁ ଡାଳେ
କିଛି ପୃଷ୍ଟା ଲେଖିଥିଲି ଏମିତି ଅନେକ ଭାବନାର ଆବେଗରେ

-


18 FEB 2021 AT 16:01

କଲମ ମୋ କାନ୍ଦେ ନୀରବ ରାତ୍ରିରେ
ଝରାଇ ଲୋତକ କାଳୀ
ଲେଖିଦେ ମୋ ସାଥେ କବିତାର ଦୁଇ ଧାଡି
ରାତ୍ରିରେ ଅନ୍ଧକାରେ କାତରି ଉଠୁଚୁ କି
କବିର ଭୟଙ୍କର ଚରିତ୍ରର ରୂପ ଲେଖ ଦେଖି
ତୋ ପାଇଁ ତ ମୁଁ ଲେଖିପାରେ
ହସ ଲୁହର କାହାଣୀ ତତେ ନ ଶୁଆଇ
ତୋ ଦେହେ ଝରାଇ ଲୋତକ କାଳୀ ।।

-


18 FEB 2021 AT 12:31

ଧୂସର ପୃଷ୍ଟାରେ ଲିଭୁ ଥିଲା କିଛି ସ୍ମୃତି
ଫର୍ଦ ଫର୍ଦ ଖାଲି ଲେଉଟି ଦେଖିଲେ
ମିଳୁଥିଲା କିଛି ଖଟା ମିଠା ଅନୁଭୁତି
ବେଳେ ବେଳେ ପଛକୁ ଚାହିଁଲେ ଦିଶୁଥିଲା
ଚିହ୍ନା ପାଦ ଚିହ୍ନ ସମୟ ନେଉଛି ଧୋଇ
ଅନ୍ଧକାର ମଧ୍ୟେ ଆଲୋକ ସନ୍ଧାନ
ମିଛେ ଖୋଜେ କାହିଁ ମୁହିଁ ।।

-


16 FEB 2021 AT 15:18

ସବୁଜିମା ଦେହ ମୋର ମଉଳି ପଡିଛି
ଲୋଚା କୋଚା ଚମଡାରେ ଧୂଳିତ ଜମିଛି
ଦିଶୁନାହିଁ ସେ ଆବେଗ ଝଡି ପଡି ମାଟିରେ ମିଶୁଛି
ନାହିଁ ସେ ପୁରୁଣା ଆବେଗ
ଥିଲା ଯହି ସ୍ନେହ ନିରନ୍ତର
ଆସୁଥିଲେ ଯେତେ ଝଡ ଝଞ୍ଜା
ତୋ ସାଥେ ଥିଲି ମୁଁ ନ ହୋଇ କାତର
ସାଉଣ୍ଟି ନେ ତୋ ହାତ ପାପୁଲିରେ ଧରି
ଲୋଚା କୋଚା ଚମଡାରେ ଧୂଳିକୁ ଝାଡି
ପଢିନେ ମୋ ଆବେଗକୁ ଥରୁଟେ
ଶୁଣି ନେ କର୍ଣ୍ଣ ଦେଇ ଧିରେ
କେତେ ଯନ୍ତ୍ରଣାରେ ମୁଁ ଛଟ ପଟ
ତୋ ଠୁ ଅଲଗା ହେବା ପରେ
ନହେଲେ ମିଶି ଯିବି ମାଟି ଦେହେ
କିଛି କ୍ଷଣେ ଅବଶୋଷ ନେଇ ମନେ ।।

-


16 FEB 2021 AT 15:03

ଅଇଲେ ମା ସରସ୍ବତୀ
ଘେନ ମୋ ପ୍ରଣତି
ଆଶିଷ ରେ ଖୋଲି ଯାଉ
ଅଜ୍ଞାନ ନେତ୍ର ମୋ ଦୁଇଟି
ହସ୍ତରେ ବୀଣା ଗଳାରେ ମୁକ୍ତାର ହାର
ଶ୍ଵୋତ ବସ୍ତ୍ର ଧାରିଣୀ କର୍ଣ୍ଣେ ରତ୍ନ କୁଣ୍ଡଳ
ବିଦ୍ୟା ଦାତ୍ରୀ ତୁହି ଅଟୁ ଜ୍ଞାନର ଭଣ୍ଡାର
ତୋ ଦୟା ବଳେ ମୂର୍ଖ ହୁଏ ଜ୍ଞାନି ଗୁଣୀ ସମାନ
ବିଦ୍ୟାର୍ଥୀଙ୍କ ଅଟୁ ତୁଟି ମୁକ୍ତିର ପଥିକ
ପୁଜନ୍ତି ତୋ ପୟରେ କରି ଓପବାସ
ପୁଷ୍ପାଞ୍ଜୁଳି ନେଇ ଦିଅ ମା ଶକ୍ତି
ଦୂରିଭୂତ କରୁଥାଏ ଅଜ୍ଞାନକୁ
ଜାଳି ଜ୍ଞାନର ଦିପ୍ତୀ ।।



-


15 FEB 2021 AT 14:44

ତୁ ସାଥିରେ ଥିଲେ
ମିଟି ଯାଏ ଅବଶୋଷ
ହଜିଯାଏ ଅତୀତର ଚିହ୍ନ ବର୍ଣ୍ଣ
ଦୃଶ୍ୟ ମାନ ହୁଏ
ଶିଉଳି ଲଗା ସ୍ମୃତି ଦେହେ
ହୃଦୟର ପ୍ରକୃତ ଗୁମର

ତୁ ସାଥିରେ ଥିଲେ
ଚାଲି ଯାଏ କିଛି ବାଟ
ନଥାଏ ମନେ ଆତଙ୍କର
ଜିତିଯାଏ ଅନ୍ଧାରକୁ
ଛାଇ ଦେଖି ଡରୁ ଥାଏ ଯିଏ ବାରମ୍ବାର

ତୁ ସାଥିରେ ଥିଲେ
ମେଣ୍ଟି ଯାଏ ସବୁ ତୃଷ୍ଣା
ଲେଖିବାକୁ ପଡେ ନାହିଁ
କୁମୁଦିନୀ ସହ ଜୋଛନା
ବିଛେଦକୁ ମନେ ନ ଥାଏ କାତରତା

ତୁମେ ସାଥିରେ ଥିଲେ
ହାତ ସହ ହାତ ମିଶି
ବାହି ନେବା ଆହୁଲାକୁ
ଆସୁ ଯେତେ ଉତ୍ତରା ବାଆ ।।

-


Fetching Sujata Behura Quotes