ସବୁ ଜିଦି, ଚଂଚଳତା,ଦୁଷ୍ଟାମୀ,ଇଚ୍ଛା ଆସି ଶେଷ ହୁଏ ଯେବେ ମଣିଷ କୈଶୋର ଅବସ୍ଥାକୁ ଛାଡ଼ି ଯୁବାବସ୍ଥାରେ ପାଦ ଦିଏ।
ସେବେ ତତଲା ବାଲି ବି ଫୁଲ ପରି ଲାଗେ,
ଆଉ ଫୁଲ ର ଶେଯ କଣ୍ଟା ର କୋକେଇ ପରି,
ଜନସମାଗମ ରେ ବି ଶୂନ୍ୟତା ବାରି ହୁଏ,
ଆଉ ସବୁ ଖୁସି ଥାଇ ବି କିଛି ନଥିଲା ପରୀ ପ୍ରତୀତ ହୁଏ।
ଯେବେ ଦାୟିତ୍ୱ ଆସି ତା ଦ୍ଵାର କୁ ଠକ୍ ଠକ୍ କରେ, ସେବେ ମଣିଷ ଗୋଟିଏ ନିର୍ଜୀବ ଯନ୍ତ୍ର ହେଇଯାଏ।
ସେତେବେଳେ ସେ ଆବଶ୍ୟକ କରେ ସାହାଯ୍ୟ, ସହାନୁଭୂତି,ବୁଝାମଣା,ଆଉ ବହୁତ୍ ଭଲ ପାଇବା।
ଯାହାକୁ ଏସବୁ ତା ପରିବାର ରୁ ବା ସମ୍ପର୍କୀୟଙ୍କ ଠୁଁ ମିଳିଯାଏ,ସେ ଜୀବନ ରେ ସଫଳତା ପାଇଯାଏ; ଆଉ ଯାହାକୁ ମିଳେନି ସେ କେବଳ ଦୁଃଖ ଯନ୍ତ୍ରଣା ରେ ହନ୍ତସନ୍ତ ହୁଏ ବାସ୍।🥺
-