Soumya Ranjan Mishra  
27 Followers · 2 Following

read more
Joined 15 June 2018


read more
Joined 15 June 2018
16 APR AT 22:30

"ଦିବସେ ରବି ରାଜା ମେଘେ,
ରାତ୍ରି ରେ ଚନ୍ଦ୍ରମା ଶୋଭିନୀ।
ପଥିକ ସମୟ ର ବେଗେ,
ଦିବସ ପାଲଟେ ରଜନୀ।"

-


5 APR AT 0:35

ସଂସାର କ'ଣ?











-


5 APR AT 0:21

🕉️ଜୟ ଶ୍ରୀରାମ🕉️
ଅଳ୍ପ କିଛି ଦିନେ ବିଶ୍ଵ ହେବ ସୁବାସିତ
ଅଳ୍ପ କିଛି କ୍ଷଣେ କଷ୍ଟ ଭୁଲିବ ଜଗତ
ଅଳ୍ପ କିଛି ପାନ କରି ରାମ ନାମାମୃତ
ଅଳ୍ପ କିଛି ପ୍ରସାଦ ରେ ଆତ୍ମା ହେବ ଶାନ୍ତ...

ଗଳ୍ପ ପୁଣି ହୋଇଯିବ ନାମଯଜ୍ଞ ମେଳା
ଗଳ୍ପ ପୁଣି ହୋଇଯିବ ଭ୍ରାତୃପ୍ରେମ ଲୀଳା
ଗଳ୍ପ ପୁଣି ହୋଇଯିବ ସଙ୍ଗୀତ ର କଳା
ଗଳ୍ପ ପୁଣି ହୋଇଯିବ ଭକତ ର ଗଳା...

କଳ୍ପ ସଦା ରାମନାମ ସତ୍ୟ ସଂକୀର୍ତ୍ତନ
କଳ୍ପ ସଦା ପୂଣ୍ୟକର୍ମ କୃତ୍ୟ ଆଲିଙ୍ଗନ
କଳ୍ପ ସଦା ଭକ୍ତସେବା ପ୍ରେମ ଶ୍ରଦ୍ଧାବାନ
କଳ୍ପ ସଦା ନିଶିଦିବା ରାମ ଦୟାବାନ...
🙏🏻🪷❤️

-


9 FEB AT 22:38

ରାମ ହିଁ ରହସ୍ୟ ରାମ ସତ୍ୟମୟ
ରାମ ହିଁ ଜୀବନ ଲୀଳା,
ରାମ ପରାମର୍ଶ ରାମ ଗୁରୁଶ୍ରେଷ୍ଠ
ରାମ ହିଁ ପ୍ରକୃତି ମେଳା।
ରାମ ହିଁ ଉଦ୍ଦେଶ୍ୟ ରାମ ହିଁ ସନ୍ଧାନ
ରାମ ଦୃଢ଼ ଲକ୍ଷ ଠାବ,
ରାମ ସାରମର୍ମ ରାମ ନାଟ୍ୟକାର
ରାମ ତୃପ୍ତ ଶାନ୍ତ ଭାବ।
ରାମ ହିଁ କାମନା ରାମ ହିଁ କରୁଣା
ରାମ ଅଦ୍ୱିତୀୟ ଭିକ୍ଷା,
ରାମ ହିଁ ଶାନ୍ତ୍ବନା ରାମ ହିଁ ସନ୍ତାପ
ରାମ ଦଣ୍ଡର ତିତିକ୍ଷା।
ରାମ କର୍ମପଥ ରାମ କର୍ତ୍ତୃପକ୍ଷ
ରାମ ହିଁ ଶପଥ ତୀର୍ଥ,
ରାମ ପ୍ରାଣରଥ ରାମ ହିଁ ସାରଥି
ରାମ ପଞ୍ଚତତ୍ତ୍ଵ ଗ୍ରନ୍ଥ।
ରାମ ସନାତନ ରାମ ନିରଞ୍ଜନ
ରାମ ହିଁ ଗୌରବମୟ,
ରାମ ଅଭିମାନ ରାମ ହିଁ ବିଳାସ
ରାମ ଚିର ଚିନ୍ମୟ।
ରାମ ମହାକାଶ ରାମ ହିଁ ବ୍ରହ୍ମାଣ୍ଡ
ରାମ ହିଁ ତ ଇହଧାମ,
ରାମ ହିଁ ସାରାଂଶ ରାମ କର୍ମକାଣ୍ଡ
ରାମ ହିଁ ତ ପରିଣାମ।

-


9 FEB AT 22:15

🪷 ଜୟ ସନାତନ🙏🏻ଜୟ ଶ୍ରୀ ରାମ 🪷




-


7 FEB AT 23:02

ରାମ ଜୀବନ,
ରାମ ବଞ୍ଚିବାର ଆଶା।
ରାମ କ୍ରନ୍ଦନ,
ରାମ ପ୍ରାଥମିକ ଭାଷା।
ରାମ ସ୍ୱପନ,
ରାମ ଦୃଢ଼ଲକ୍ଷ ନିଶା।
ରାମ ସନ୍ଧାନ,
ରାମ ଜିଣିବାର ଉଷା।
ରାମ ଜ୍ଞାନ,
ରାମ ପଢ଼ିବାର ତୃଷା।
ରାମ ସମ୍ମାନ,
ରାମ ମାନନୀୟ ଘୋଷା।

-


7 FEB AT 14:53

ତୁଚ୍ଛ ନ ମଣିବ ପ୍ରଭୁଙ୍କ ଚରିତ
ଯୁଗେ ଯୁଗେ ଧର୍ମ ଅବତାର
ସୃଷ୍ଟି ର ପ୍ରାରମ୍ଭୁ ଶ୍ରୀରାମ ପୂଜିତ
ଆଜି ଏକା ନୁହଁ ପ୍ରିୟବର
ପ୍ରତିକ୍ଷଣେ ରାମ ନାମ ଉଚ୍ଚାରିତ
ଅବିରତ ହୃଦେ ଯାହାଙ୍କର
ସ୍ଵୟଂ ମହେଶ୍ୱର ଶ୍ରେଷ୍ଠତମ ଭକ୍ତ
ଇଷ୍ଟ ପୁଣି ସିଏ ରାମଙ୍କର
ପାଳନ କର୍ତ୍ତା ସେ ସୃଷ୍ଟି ସଂଚାଳକ
ମର୍ଯ୍ୟାଦା ର ଶ୍ରେଷ୍ଠ ପ୍ରତୀକ
ଶ୍ରୀହରି ଙ୍କ ରୂପ ଧର୍ମ ସଂସ୍ଥାପକ
ଶ୍ରୀକୃଷ୍ଣ ଚରିତ୍ର ଅନ୍ୟ ଏକ
ଅନନ୍ତ ଅସୀମ ଅବର୍ଣ୍ଣନୀୟ ସେ
ସିଏ ନିର୍ବିକାର ନିରାକାର
ଦଶ ଦିଗପାଳ ଦଶାବତାର ସେ
ମହା ଦାନବୀର ସଂସାରର
କର ସମର୍ପଣ ଆତ୍ମ ଶ୍ରୀଚରଣେ
ନ ହୋଇ ଜୀବନେ ମୋହରତ
କର ଉଚ୍ଚାରଣ ନାମ ପ୍ରତିକ୍ଷଣେ
ନ ହୋଇ ଭ୍ରମ ରେ କାମରତ...!

-


5 FEB AT 23:07

🕉️ଜୟ ଶ୍ରୀ ରାମ🕉️

"ରାମ ଙ୍କ ଆଶିଷେ ସତ୍ୟ ଫଳ ମିଳୁ
ଧର୍ମ ର ବୃକ୍ଷ ଲଗାଇ!
ତନ କରୁଥାଉ ପୁଣ୍ୟମୟ କର୍ମ
ଆତ୍ମା ରାମେ ଲୀନ ଥାଇ!!"

-


3 FEB AT 0:41


ବନ୍ଧୁ ମହାନ୍ତି ସ୍ବାର୍ଥ ପାଳନ୍ତି
ନିଜକୁ ଗଣନ୍ତି ଶ୍ରେଷ୍ଠ
ବନ୍ଧୁଙ୍କ ମୁଣ୍ଡରେ ବନ୍ଧୁକ ଚାପନ୍ତି
ତରଳେ ହୃଦୟପୃଷ୍ଠ
ଯେ ଯାହା କହୁ ସିଏ କା' ନୁହନ୍ତି
ଅନ୍ୟଙ୍କୁ ଦେଖନ୍ତି ହୀନ
ସ୍ବାର୍ଥର ଲାଳସେ ଛଳନା କରନ୍ତି
ଭାବ ହୁଏ ପରାଧୀନ
କ୍ଷଣକ ସୁଖରେ ସମ୍ମାନ ନାଶନ୍ତି
ନ କରନ୍ତି ବନ୍ଧୁପଣ
ବାଣିଜ୍ୟ ସର୍ବଦା ତାଙ୍କ ପ୍ରେମପଂକ୍ତି
ପାଲଟେ ମନ କୃପଣ
ଏଣୁ ହେ ସମୟ ବିଚାରି ଏ ଉକ୍ତି
କର ଶ୍ରେୟ ଆଲିଙ୍ଗନ
ଭବିଷ୍ୟତ କରୁ ତୁମକୁ ହିଁ ଭକ୍ତି
ବଞ୍ଚିରହୁ ନିଃସ୍ଵ ବନ୍ଧନ...

-


2 FEB AT 23:51

🕉️ଜୟ ଶ୍ରୀ ରାମ🪷❤️🙏🏻

"ରାମ ନାମରେ ତ ସଂସାର ଶୋଭିତ,
ରାମ ହିଁ ପ୍ରାଣର ବନ୍ଧୁ!
ରାମ ନାମ ଏକା ଉଚ୍ଚାରଣେ ରତ,
ପାରି ହୁଏ ଭବ ସିନ୍ଧୁ!!"

-


Fetching Soumya Ranjan Mishra Quotes