Satyabrat Panda  
61 Followers · 57 Following

Joined 2 January 2019


Joined 2 January 2019
8 JUL 2020 AT 17:00

- Satyabrat Panda

-


1 APR 2020 AT 19:44

ହେ ଉତ୍କଳ... ବିସ୍ତୃତ ତୋର ଏ ଇତିହାସ,
ସହିଛୁ କେତେ ତୁ ପରିହାସ।

କେତେ ବୁଦ୍ଧିଜୀବୀ, କେତେ ଯେ ସେ କବି...
ଦେଇଛୁ ସମର୍ପି ନ କରି ବି ଟିକେ ପ୍ରତିବାଦ...

ଉତ୍କଳ ରେ ତୋତେ ଧନ୍ୟବାଦ... ଉତ୍କଳ ରେ ତୋତେ ଧନ୍ୟବାଦ।

“ବନ୍ଦେ ଉତ୍କଳ ଜନନୀ।”



-


24 MAR 2020 AT 17:31

ଝରକା ପାଖରେ ବସି ଚା ପି ପି ଏଇ ଶାନ୍ତ ପରିବେଶକୁ ଆଲିଙ୍ଗନ କର। ଟିକେ ବିରାମ ନିଅ। ଏମିତି ହିଁ ଥିଲା କି ଏ ସୃଷ୍ଟି ଆରମ୍ଭରୁ?

-


24 MAR 2020 AT 9:51

ଆଜି ଲେଖି ଦେଉଛି ସବୁକିଛି ଏଇ କାଗଜ ଖଣ୍ଡରେ...

ଯେବେ ତୁମେ ପଢିବ,
ଭାବିଦେବ କି ଏ ହେଉଛି ସେଇ ଭାଗ୍ୟବାନର,
ଯାହାକୁ ତୁମେ ଅନାଇ ବସିଛ ଆଖି ପଲକ ନ ପକାଇ ସେ କେବେ ଆସିବ।

ଏ ଦ୍ୱନ୍ଦ୍ୱରେ ଶ୍ୱାସରୁଦ୍ଧ ହେବାଠାରୁ ସେ ଭ୍ରମରେ ବଞ୍ଚିବା ଭଲ।




-


22 MAR 2020 AT 9:17

ମନେ ପକା ସେ ଦିନକୁ ଯେବେ ରବିବାର ଦିନ ଘରେ ବସି ସକାଳେ ଶକ୍ତିମାନ ଦେଖି, ଦି’ପହର ସାରା ଶୋଇ ପୁଣି ଉଠି ସେଇ ଟିଭି ଦେଖି ଦିନ କାଟୁଥିଲ ।

ଏବେ ପୁଣି ସୁଯୋଗ ମିଳିଛି ନିଜର ପିଲାଦିନର ସେ ସ୍ମୃତିକୁ ଆଉ ଥରେ ଜୀବନ୍ତ କରିବା ପାଇଁ ।

କଣ ଆମେ ଏତିକି କରି ପାରିବାନି? ଏ ପୃଥିବୀ ପାଇଁ? ଏ ମଣିଷ ଜାତି ପାଇଁ?

-


21 MAR 2020 AT 15:43

ଚାଲ୍ ତୁ ଆଉ ମୁ ଗୋଟେ ଖେଳ ଖେଳିବା।

ସମୟ ଚକକୁ ବୁଲାଇ ଦେଖିବା, କଣ ସତରେ ଆମେ ଏତେ ଅଭିମାନୀ ଥିଲେ? କଣ ସତରେ ଆମେ ଏତେ ଅଜଣା ଅଚିହ୍ନା ଥିଲେ?

ମୁ ଜାଣିଛି... ଏଥିରେ ବି ମୁ ହାରିଯିବି।

-


21 MAR 2020 AT 10:57

ଝଡି ପଡିଥିଲା ସେଇ ଅସ୍ପଷ୍ଟ ସ୍ୱପ୍ନ ସହିତ ଆଖିପତା କିଛିଟା । ଉଡେଇ ଦେଇ ଭାବିଲି, ସେ ସ୍ୱପ୍ନ କାଳେ ସତ ହେଇଯାନ୍ତା କି...

-


Seems Satyabrat Panda has not written any more Quotes.

Explore More Writers