ସେ ଭୁଲ ଯଦି ଅଭ୍ୟାସ ରେ ପଡିଗଲାଣି ତାର ସ୍ବୀକାର କରିବା ବୋଧେ ଭୁଲ ହେବ। ସେଇଟା ତ ଜୀବନର ବାସ୍ତବିକତା । ଆଖିର ଲୁହ ଓଠକୁ ସ୍ପର୍ଶ କଲେ କଷ୍ଟ ତ ଅନୁଭବ ହୁଏ। ଠିକ୍ ସେମିତି ଭୁଲ କରି କରି ଯେତେ ବେଳେ ସଫଳତା ମିଳେ ସେତେବେଳେ ହି ଆମେ ଭୁଲକୁ ସ୍ବୀକାର କରୁ। ସଫଳତା ନମିଲିଲା ଯାଏଁ ଭୁଲ କୁ କିଏ ବା ସ୍ବୀକାର କରିବ? ଆଉ ଯେତେବେଳେ ଭୁଲକୁ ସ୍ଵୀକାର କରୁ ସେତେବେଳେ ଆମେ ଅନ୍ୟ ପାଇଁ ଏକ ଉଦାହରଣ ପଲଟିଯାଉ। ଭୁଲର ସ୍ବୀକାର କରିବା ସତ୍ୟ ଅଟେ । ଖାଲି ସମୟ ର ବ୍ୟବଧାନ ହିଁ ଜଣେଇଦିଏ ଭୁଲ ସ୍ବୀକାର କରିବା କେତେ ମୂଲ୍ୟବାନ ? ଯିଏ ସଙ୍ଗେ ସଙ୍ଗେ ସ୍ଵୀକାର କରେ ସେ ସମାଜ ଆଗେ ଦୋଷୀ। ଯିଏ କବିତାରେ ଗଳ୍ପ ରେ ସ୍ବୀକାର କରେ ସେ ହେଇ ଯାଏ ଉଦାହରଣ । ସେ ହୋଇଯାଇ ଲେଖକ ଆଉ କବି। ଭୁଲ ସ୍ବୀକାର ର ଶେଷ ପରିଣତି କ୍ଷମା,ଦଣ୍ଡ,ଉଦାହରଣ,ଗଳ୍ପ,କବିତା ଆଉ ମନକୁ ବୁଝାଉଥିବ ମିଛ ଆଗେବ।
-