Rishi Infosys   (Rishi)
7 Followers · 1 Following

Joined 8 October 2018


Joined 8 October 2018
30 DEC 2021 AT 20:15

#କବିତା #ଦର୍ପଣ

ନିଜ ପ୍ରତିବିମ୍ବର
ନିର୍ମୋହ ନିର୍ଲିପ୍ତ
ଫେରନ୍ତା ଦୃଷ୍ଟି
ନିଜ ପରିଧିରୁ ବାହାରି,
ଉଦାସୀ ଶୂନ୍ୟତାରେ
ଶେଷ ହୁଏ କିପରି?

ଅଚିହ୍ନା ସେଇ ସ୍ୱରୂପ
ନିଜେ ନିଜଠୁ ପୃଥକ
ଭ୍ରମ କେବଳ
ଛାଇ ଆଲୋକର,
ନା ଅଭିନବ ଉପଲବ୍ଧି
ଅଦ୍ୱୈତ ଅମୃତ ସତ୍ତାର?

-


30 NOV 2019 AT 23:10

Heinousness choked her to silence
Her soul torn into pieces that leads to,
The strangulation of nations conscience.

Barbarity burnt her to ashes
Her body hath courted and pleads to,
The dust of nations conscience.

Death ruptures dread in paralyzed victim
Justice lingers brazenly through a devious path,
The irony of clogged judicial system.

The brothers shudder to watch her
The sisters eye turns pale,
The fathers stares blankly at
The dark hour of shivers !

-


8 SEP 2019 AT 7:49

There is a Permanent,
a Truth hidden by a Truth
where the Sun unyokes his horses.

The ten hundreds (of his rays)
came together — That One.
I saw the most glorious of the Forms of the Gods.

Rig Veda. (M5, 62/1)

( Life Divine )

By Sri Aurobindo

-


24 MAY 2019 AT 19:12

ଏଇ ଗୋଧୂଳିର ସୁନେଲି ଲଗନ
ନିମିଳିତ ରକ୍ତିମ ପଲାଶର ସପନ |
ନୀରବେ ବିଭୋର ବିଳାସ
ଅଜଣା ପୁଲକର ଆବେଶ ||


ସୁର ସୁଧା ପ୍ରଣୟ, ପଣତକୁ ଭିଜେଇ
ମଧୁ ଝରା ଧାରେ ହସ, ଅଧରେ ସଜେଇ |
କୋଇଲିର କୁହୁ ଶୀତଳ କୁଞ୍ଜେ
ମିଳନ ସଙ୍ଗୀତରେ ପରାଣ ରଞ୍ଜେ ||


ଶିରିଶିରି ଛୁଆଁରେ ଶିହରିତ ପୁଲକ
ବଇଁଶୀର ସ୍ୱରରେ ରୁପକଥା ଝଲକ |
ଧୀର ମତୁଆଲା ପବନ 
ଗୋପନେ ସଜାଇଛି ସପନ ||


ଗୋଧୂଳି ଆଲୁଅ ସଞ୍ଜଠାରୁ ହାରିବ
ତୁମ ଆଖି କହିବ ମୋ ଆଖି ଶୁଣିବ |
ଦୂର ଆକାଶରେ ତାରାଙ୍କର ରୋଷଣୀ
ଶେଷରୁ ଆରମ୍ଭ ଆମ ନୀରବ କାହାଣୀ ||

-


9 APR 2019 AT 19:52

ଅମ୍ଲାନ ପ୍ରେମ ପୁଷ୍କରଣୀ
ଗଭୀରତା ଏକ ଆରେକର,
କଳା କାଚକେନ୍ଦୁ ପାଣି
ଫୁଟିଅଛି ପଦ୍ମ ଢଳଢଳ |

ସାତ ତାଳ ପଙ୍କ ତଳେ
ରଶ୍ମିଦୀପ୍ତ ରୁପାର ମାଠିଆ,
ହୃଦୟ ସାଇତା ତା ଭିତରେ
ଖୋଲିଦେଲେ ସୁନାର ଫରୁଆ |

ଗଭୀର ନୀରବତାର ଧ୍ଵନି
ଅନୁଭୂତି ନିତ୍ୟ ଅମୂଲ୍ୟ,
ଅନ୍ତରାଳେ ଅବ୍ୟକ୍ତ କାହାଣୀ
ଉଜ୍ଜ୍ୱଳଠୁ ଆହୁରି ଉଜ୍ଜ୍ୱଳ |

-


2 APR 2019 AT 15:27

ତା ହାତର ଚୁଡ଼ି ଝଣଝଣ
ସଙ୍ଗେ ତେଲ କାଠ ଖଡ଼ିକାର ଶବ୍ଦ
ଗରମ ତାୱାରେ ପିଠୋଉ ଢାଳିବାର
ତା' ହାତରେ
ପୁଣି ଓଲଟାଇବାର ଚାଇଁ ଶବ୍ଦ |

ମିନିଟ କଣ୍ଟାର ମାତ୍ର ଚାରି ପାଦ ଯାତ୍ରା
ସଦ୍ୟ ପରଷା ଉଷୁମ ସ୍ନେହର ବାସ୍ନା
ଅଧା ମୁଦି ଆଖି ଅଧା ପ୍ରହରର ତନ୍ଦ୍ରା
ତା' ଚେହେରା
ଅଧା ଛାଇ ଅଧା ଆଲୁଅରେ ବନ୍ଧା |

ପଛେ ପଛେ ସ୍ମୃତି ଥାଳି ହାତେ ଧରି
ଜୋରକରି ଖୁଆଇ ଆଶୀଷ ଦେବାକୁ
ଅଜାଣତେ ବହିଥିବା ଲୁହରେ ମିଶିଛି
ତା 'ଆଭାସ
ତା'ହାତ ତିଆରି, ପିଠାର ନରମ ସ୍ୱାଦ | - Rishi

-


31 MAR 2019 AT 15:00

ବର୍ଷାଣାମ୍ ଭାରତ ଶ୍ରେଷ୍ଠୋ
ଦେଶାନାମୁତ୍କଳ ଶ୍ରୁତଃ

ଉତ୍କଳସ୍ୟ ସମଦେଶୋ
ଦେଶୋନାସ୍ତି ମହୀତଳେ !

-


29 MAR 2019 AT 0:07

ମୋର ପ୍ରତିବିମ୍ବକୁ ତା ଆଖିର ସମ୍ମୋହନରେ
ମୂର୍ଛିତ ପାଇଲେ,
ମୋ ଭିତରେ ତା'ର ଲୁକାୟିତ ସତ୍ତାକୁ
ବିମୋହିତ ଦେଖିଲେ;

ଧୀରେ ଧୀରେ ସବୁ
ଖୋଜିବାର ଅଭିଳାଷ,
ପାଇବାର ତୃପ୍ତି
ନପାଇବାର ଅବଶୋଷ,
ଫିକା ପଡି ଯାଏ |

ନିଶ୍ୱାସର ସମୀପତାରେ
ଅବିଶ୍ବାସ୍ୟର ଦୂରତ୍ୱ
ଅପସରି ଯାଏ,
ଏକ ଆରେକର ଅନନ୍ୟ ଗଭୀରତାରେ
ଉଭେଇ ଯାଏ |

-


28 MAR 2019 AT 8:46

A soul shall wake in the Inconscient's house;
The mind shall be God-vision's tabernacle,
The body intuition's instrument,
And life a channel for God's visible power.


(Savitri)

~ Sri Aurobindo

-


28 JAN 2019 AT 21:45

ଉଦାସୀ ଆକାଶ ତଳେ
ପତ୍ରହୀନ ବିଧୁର ଥୁଣ୍ଟାଗଛ,
ନିଦାଘର ବିଷର୍ଣ୍ଣ ପବନ
ହତଶିରୀ ଶୁଖିଲା ଡାଳକୁ
କରୁଣ ରାଗିଣୀ ଗାଇ
ଆଦରରେ ନିଦରୁ ଉଠାଏ |

ଆଖିରେ ତା ସବୁଜିମା ସ୍ୱପ୍ନ
ଭରିଦେଲା ଆଗାମୀ ବସନ୍ତ,
ନବ ପଲ୍ଲଵର ମୃଦୁ ଆବେଶରେ
ଅସଂଯତ ଯୌବନର ସ୍ମୃତିକୁ
ପ୍ରତୀକ୍ଷାର ଖିଅରେ ଲମ୍ବାଇ
ଫେରିବାର ପ୍ରତିଶୃତି ଦେଇଯାଏ |

-


Fetching Rishi Infosys Quotes