ସୀମା ଆଉ ରାକେଶର ବାହାଘର ଦୁଇବର୍ଷ ହେଇଗଲାଣି I ସୀମା ବୁଲି ଆସିଥିଲା ବାପାଙ୍କ ପାଖକୁ, ରାକେଶ ଦୁଇଦିନ ପରେ ଆସି ନେଇଯିବ କହି ଛାଡ଼ିକି ଯାଇଥିଲେ ସୀମାକୁ I ବାପା ସୀମାକୁ କହିଲେ, "ମା, ଚାଲିଲୁ ଟିକେ ସପିଙ୍ଗମଲ୍ ଆଡ଼େ ବୁଲିଆସିବା, ଆଉ ତା ସହିତ ବହୁତ୍ ଗପିବା", ସୀମା ବି ପୁରୁଣାଦିନକୁ ପୁଣି ଥରେ ବଞ୍ଚିବାର ସୁଯୋଗ ପାଇଥିଲା I ଖୁସିରେ ବାପା - ଝିଅ ମାର୍କେଟ ବୁଲି ଫେରୁଥିବା ସମୟରେ ବାପା ପଚାରିଲେ, "ତୁ ତ ବହୁତ୍ ଥର ଏମିତି ମାର୍କେଟ ଯାଇଥିବୁ ଜ୍ୱାଇଁଙ୍କୁ ନେଇକି, ମୋ ସହିତ ବି ବହୁତ୍ ଥର ଯାଇଛୁ, ପାର୍ଥକ୍ୟ କଣ ଅନୁଭବ କରିଛୁ କହିଲୁ? "ସୀମା କହିଲା," ମୁଁ ଯାହା ସହିତ ବି ଯୁଆଡ଼େ ଯାଏ, ତମେ ସବୁବେଳେ ମନରେ ଥାଅ, ସବୁ ଘଟଣା ଦୁର୍ଘଟଣା ସହିତ ମୁଁ ତମ କଥା ମନେପକାଏ, ବାପା ଥିଲେ ଏବେ ଏଇୟା କହିଥାନ୍ତେ, ଏମିତି କରିଥାନ୍ତେ, ତାଙ୍କର ମତାମତ ଏଇୟା ହେଇଥାନ୍ତା I ଯାହାର ବି ହାତ ଧରି ବୁଲୁଥାଏ, ତମ ହାତର ସ୍ପର୍ଶ ଏଇ ଆଙ୍ଗୁଳି ମଧ୍ୟରେ ଖଞ୍ଜାଖଞ୍ଜି ହୋଇ ରହିଥାଏ, ତମ କଥା ମୁଁ ସବୁବେଳେ ଭାବୁଥାଏ, କିନ୍ତୁ ମୁଁ ଯେତେବେଳେ ତମ ସହିତ ଥାଏ ନା, ମୋତେ ଆଉ କାହା କଥା ମନେପଡେନି l"
ସୀମା ଭାବବିହ୍ବଳ ହେଇଯାଇଥିଲା, ବାପା ତାକୁ କୋଳେଇ ନେଇ କହିଥିଲେ, "ପାଗେଳୀଟା ମୋର".......
-