ଧରିଛି କଲମ ଲେଖିବି ବୋଲି ମୁଁ
ତୁମ ନାମେ ଉପନ୍ୟାସ,
ଲେଖିବା ଆଗରୁ ଏଇ କି ହେଲା ରେ
ପଡ଼ି ଗଲା ପୂର୍ଣ୍ଣଚ୍ଛେଦ ।
ଫିକା ବି ପଡିବ ତୁମରି ଆଗରେ
ପୁନେଇଁ ରାତିର ଜହ୍ନ,
ପାଣି ଭିତର ର ସୂର୍ଯ୍ୟ ଛାୟା ସମ
ଛଲସେ ତୁମର ମୁହଁ ।
ଯେତେ ବଖାଣିଲେ କି ଅବା ସରିବ
ରୂପ ଗୁଣ କୁ ତୁମର,
କଳା ଜାଇ ଟିଏ ଓଠରେ ରେ ତୁମର
ଦିଶଇ ଭାରି ସୁନ୍ଦର ।
ପ୍ରଶଂସା କରୁଛି ଆତ୍ମ ସମ୍ମାନ କୁ
ଭରି ଅଛି ତୁମ ଦେହେ ,
ଚରିତ୍ର ତୁମ୍ଭର ଭାରି ଭଲ ଅଟେ
ପାଇବ ଶହେରୁ ଶହେ ।
ଆଖି ଦୁଇ ତୁମ ଧନୁ ଆକୃତି ର
ବିନ୍ଧିଲ କି ଫୁଲ ଶର,
ଯେବେ ଠୁ ଦେଖିଲି ନୟନ ତୁମର
ନଜର ହଟୁନି ମୋର ।
ଲେଖିକା ନୁହେଁ ମୁଁ ତଥାପି ଲେଖିଛି
ତାଳ, ଛନ୍ଦ ଜଣା ନାହିଁ ,
ଭୁଲ୍ କୁ ଆଡେଇ ଭଲ କୁ ଦେଖ ହେ
ମନ ଉଣା କାହିଁ ପାଇଁ ?
-