ପ୍ରଜ୍ଞା ପରମିତା ମନ୍ତ୍ରୀ   (#Chocolate_girl)
191 Followers · 23 Following

read more
Joined 26 November 2018


read more
Joined 26 November 2018

//ମୋର ତୁମେ//

ସପନ ମୋର ସୌଦାଗର ତୁମେ
ଭାବନା ମୋର ବାସ୍ତବତା ତୁମେ
ହୃଦୟ ମୋର ପ୍ରେମ ତୁମେ
ନୟନ ମୋର ଦର୍ଶନ ତୁମେ
ଆଶା ମୋର ଆକାଂକ୍ଷା ତୁମେ
ନିଃଶ୍ୱାସ ମୋର ଜୀବନ ତୁମେ
ଆରମ୍ଭ ମୋର ଶେଷ ତୁମେ
ଗୀତ ମୋର କବି ତୁମେ
ସ୍ପନ୍ଦନ ମୋର କାରଣ ତୁମେ
ଶଦ୍ଦ ମୋର ବାକ୍ୟ ତୁମେ
ତାରା ମୋର ଗଗନ ତୁମେ
ତୁମେ ମୋର, ମୋର ତୁମେ
ତୁମେ ମୋର, ମୋର ତୁମେ।।

-



//ଲୋଡ଼ା//

ତୁମ ସେ ପୁରୁଣା ପ୍ରେମ ମୋର ଲୋଡ଼ା
ସମ୍ପର୍କ ମଧ୍ୟରେ ମୋ ସହ ତୁମେ ଯୋଡ଼ା
ପ୍ରେମର ଏ ଆଘାତ ହୃଦୟ ପାଇଁ ବହୁତ କଡ଼ା
ମନେଅଛି ପ୍ରଥମ ଦେଖାରେ ଦେଇଥିଲ ମୋତେ ଫୁଲତୋଡ଼ା
ଆମ ପ୍ରେମର ପ୍ରତ୍ୟକ୍ଷଦର୍ଶୀ ଏ ଗାଁ ଠାରୁ ପଡ଼ା
ପ୍ରତି ନିଃଶ୍ୱାସରେ ମୋର ଯୋଡ଼ିତ ତୁମ ନାମର କଡ଼ା
ବିଚ୍ଛେଦ ତୁମର ନସହି ପାରି ଶରୀର ସାଜିଲାଣି ମଡ଼ା
ଶେଷରେ ପ୍ରତି ବଚନରେ ତୁମର,ମୋ ନାମ ହୋଇଗଲା ଅଲୋଡ଼ା।

-



// ଏଇତ ଜୀବନର ଜ୍ଵାଳା//

କିଏ ଏଇଠି କାନ୍ଦୁଛି ତ ଆଉ କିଏ
ଶିଖି ଗଲାଣି ହସିବାର କଳା,
ଆଉ କଣ? ଏଇତ ଜୀବନର ଜ୍ଵାଳା।।
ରୂପ ପ୍ରେମରେ କିଏ ବାୟା ତ କାହା
ଦେହେ ବିଚ୍ଛେଦର ଦୁଃଖ ବୋଳା,
ଆଉ କଣ? ଏଇତ ଜୀବନର ଜ୍ଵାଳା।।
ଭୁଲ୍ ପ୍ରବଚନ ସତ ତ କିଏ
ଏଠାରେ ସତ କହି ହୁଏ ଦଳା,
ଆଉ କଣ? ଏଇତ ଜୀବନର ଜ୍ଵାଳା।।
ମିଥ୍ୟା ଉଚ୍ଚ ସ୍ୱରକୁ ଛାଡ଼ି କିଏ
ଧରୁଛି ନୀରବ ସତର ଗଳା,
ଆଉ କଣ? ଏଇତ ଜୀବନର ଜ୍ଵାଳା।।
ଆଶା ଉପହାର ଦେଇ କିଏ ଏଇଠି
ଭରଷାକୁ ଭାଙ୍ଗୁଛି ଯେମିତି ଶିଳା,
ଆଉ କଣ? ଏଇତ ଜୀବନର ଜ୍ଵାଳା।।
ନିଜେ ଡେଣା କାଟି କିଏ କହୁଛି
ତୋର ଖରାପ ଏଇଠି ବେଳା,
ଆଉ କଣ? ଏଇତ ଜୀବନର ଜ୍ଵାଳା।।
ପ୍ରେମ ପାଇଁ ଗୋଲାପ ତ କାହା
ପାଇଁ କଣ୍ଟା ହୋଇଛି ତୋଳା,
ଆଉ କଣ? ଏଇତ ଜୀବନର ଜ୍ଵାଳା।।
ଆଉ କଣ? ଏଇତ ଜୀବନର ଜ୍ଵାଳା।।

-




//ମୁଁ ଚୁପ୍ ରହୁଛି//

ଓଠରୁ କମ୍ ଆଖିରୁ ବେଶୀ କଥା କହୁଛି
ହଁ ଆଜିକାଲି ମୁଁ ଚୁପ୍ ରହୁଛି,
ଶଦ୍ଦ ଥାଇ ମୁଁ ନିଶବ୍ଦରେ ଜିଉଁଛି
ହଁ ଆଜିକାଲି ମୁଁ ଚୁପ୍ ରହୁଛି,
ନିଜ ମନ ସହ ନୀରବତାରେ କଥା ହେଉଛି
ହଁ ଆଜିକାଲି ମୁଁ ଚୁପ୍ ରହୁଛି,
ଚାରି କାନ୍ଥ ଭିତରେ ବନ୍ଦୀ ହୋଇ ରହିବାକୁ ମନ କହୁଛି
ହଁ ଆଜିକାଲି ମୁଁ ଚୁପ୍ ରହୁଛି,
ଆଖିରେ ଦେଖି କାନରେ ଶୁଣି ହସି ଦେଉଛି
ହଁ ଆଜିକାଲି ମୁଁ ଚୁପ୍ ରହୁଛି,
ଝରକା ପାଖରେ ବସି କେବଳ ଆକାଶକୁ ଦେଖୁଛି
ହଁ ଆଜିକାଲି ମୁଁ ଚୁପ୍ ରହୁଛି,
ରାତି ହେଲେ ଚନ୍ଦ୍ରମା ସହ ଗୁପ୍ତ ବାର୍ତ୍ତାଳାପ କରୁଛି
ହଁ ଆଜିକାଲି ମୁଁ ଚୁପ୍ ରହୁଛି,
ପ୍ରତି ପ୍ରଶ୍ନର ଉତ୍ତର ବିନା ଶବ୍ଦରେ ଦେଉଛି
ହଁ ଆଜିକାଲି ମୁଁ ଚୁପ୍ ରହୁଛି,
କଲମ ଧରି କାଗଜ ବକ୍ଷରେ ସମସ୍ତ ଦୁଃଖ ଅଜାଡ଼ି ଦେଉଛି
ହଁ ଆଜିକାଲି ମୁଁ ଚୁପ୍ ରହୁଛି
ହଁ ଆଜିକାଲି ମୁଁ ଚୁପ୍ ରହୁଛି ।

-




****ପ୍ରେମ ବହି****

ପ୍ରେମ ଯଦି ଗଣିତ ହୁଏ
ତୁମେ ମୋ ପାଇଁ ଅଫେଡ଼ା ଶୂନ ଟିଏ,
ପ୍ରେମ ଯଦି ସାହିତ୍ୟ ହୁଏ
ତୁମେ ମୋ ପାଇଁ ସୁନ୍ଦର କବିତା ଟିଏ,
ପ୍ରେମ ଯଦି ବିଜ୍ଞାନ ହୁଏ
ତୁମେ ମୋ ପାଇଁ ଚିରସ୍ଥାୟୀ ହୃତପିଣ୍ଡ ଟିଏ,
ପ୍ରେମ ଯଦି ଇତିହାସ ହୁଏ
ତୁମେ ମୋ ପାଇଁ ଅଭୁଲା ଅତୀତ ଟିଏ,
ପ୍ରେମ ଯଦି ଭୂଗୋଳ ହୁଏ
ତୁମେ ମୋ ପାଇଁ ଅସରନ୍ତି ବିଷୁବ ରେଖା ଟିଏ,
ପ୍ରେମ ଯଦି ଇଂରାଜୀ ହୁଏ
ତୁମେ ମୋ ପାଇଁ ସେହି ଚାରି ପ୍ରେମମୟ ଅକ୍ଷର ଟିଏ,
ପ୍ରେମ ଯଦି ସଂସ୍କୃତି ହୁଏ
ତୁମେ ମୋ ପାଇଁ ଆବାମ୍ ର ଅର୍ଥ ଟିଏ,
ପ୍ରେମ ଯଦି ବହି ହୁଏ
ତୁମେ ମୋ ପାଇଁ ସେଥିରେ ଥିବା ସବୁ ପ୍ରଶ୍ନର ଉତ୍ତର ଟିଏ।

-




ଅସହ୍ୟ ଯନ୍ତ୍ରଣା
ତୁମର ମିଛ ମନ୍ତ୍ରଣା
ମୁଁ ହେଲି ବାଟ ବଣା
ଠିକଣା ନାହିଁ ଜଣା
ବାକି ମୋ ପ୍ରେମ ପାଉଣା
ମନ ସାଜିଲାଣି ଶାଗୁଣା
ହୃଦୟ ହେଲାଣି କଣା
ଅନ୍ଧାର ଚକ୍ଷୁ ସମ୍ନାର ଅଗଣା
କିଛି ନିଃଶ୍ୱାସ ମୋର ତୁମ ପାଇଁ ଗଣା
ଯମର ଡୋରି ହେଲାଣି ଟଣା
ହେଲେ ବି କହୁଛ ତୁମେ ଅଛ ଅଜଣା!

-




ଅନ୍ଧାର ରାତିର ନିବିଡତା ମଧ୍ୟରେ
ନିଶବ୍ଦ ମୁଁ ସେ ଅମାବାସ୍ୟାର ଚନ୍ଦ୍ରମା ପରି,
ସବୁଜ ବନାନୀର ତରୁ ମଧ୍ୟରେ
ଖସି ଯାଉଥିବା ମୁଁ ସେ ଶୁଷ୍କ ପତ୍ରଟେ ପରି,
ଅଗଭୀର ସମୁଦ୍ରର ଲହରି ମଧ୍ୟରେ
ଭାସୁଥିବା ମୁଁ ସେ ମୃତପ୍ରାୟ ମତ୍ସ୍ୟଟେ ପରି,
ଜରାଜୀର୍ଣ୍ଣ ପୁଷ୍ପହୀନ ବଗିଚା ମଧ୍ୟରେ
ଉଡି ବୁଲୁଥିବା ମୁଁ ସେ ନିରାଶ ଭଅଁର ପରି,
ଜନଶୂନ୍ୟ ଅସରନ୍ତି ପଥ ମଧ୍ୟରେ
ଅପେକ୍ଷାରତ ମୁଁ ସେ ନିଃସହାୟ ପଥିକ ପରି,
ଦ୍ୱନ୍ଦପୂର୍ଣ୍ଣ ମନର ଗନ୍ତାଘର ମଧ୍ୟରେ
ଉଙ୍କି ମାରୁଥିବା ମୁଁ ଏକ ନିରୁତ୍ତର ପ୍ରଶ୍ନଟେ ପରି,
କହିପାରିବ କି ତୁମ ଅନ୍ତର ମଧ୍ୟରେ
ମୋର ଠିକଣା ସ୍ଥାନଟି ସ୍ଥାନିତ କେଉଁ ପରି?

-




ତୁମେ ହଜି ଯାଇଥିବା ଗୋଟେ ଠିକଣା
ମୁଁ ଖୋଜି ବୁଲୁଥିବା ଗୋଟେ ବାଟୋଇ
ମିଥ୍ୟା ବାର୍ତ୍ତା ତୁମେ ଦେବ ନା ସତରେ ଫେରିବ
ବାସ୍ ଏତିକି ଜାଣିବା ପାଇଁ ମୁଁ ରହିଛି ଅନାଇ।

-



ସମୟ ଅନ୍ତରାଳରେ ଏ ହୃଦୟ
ମଧ୍ୟକୁ କେବେ ବୁଲିବାକୁ ଆସିବ,
କେମିତି କଲବଲ ହୋଇ ପ୍ରତି ମୁହୂର୍ତ୍ତରେ
ବିଚରା ମରୁଛି ସେ କରାଳ ଦୃଶ୍ୟ ଦେଖିବ।

-



♡♡ ସଖା ♡♡

ତୁ ଅନତି ଦୂରରେ ମୁଁ ଅତ୍ୟନ୍ତ ଦୁଃଖରେ
ତୋ ଠାରୁ ବ୍ୟବଧାନ ଭାରି ଅସହ୍ୟରେ,
ବହୁତ୍ ଅଳ୍ପ ସମୟ ସାଥୀରେ କଟିଛି
ହେଲେ ତୁ ପାଖରେ ନାହୁଁ ବୋଲି ବହୁତ୍ ବାଧୁଛି,
କିଛି ନଭାବି ତୋତେ ସବୁ କିଛି କହିଦିଏ
ଏବେ ନୀରବ ରୁହେ ଓ ଭାବନା କୁ ଭାବନାରେ ରଖିଦିଏ,
ତୋତେ ଦେଖିଲେ ସବୁ ଚିନ୍ତା ହୁଏ ଦୂର
କିନ୍ତୁ ତୋତେ ପାଖେ ନପାଇ ଚିନ୍ତା ସାଜିଲାଣି କ୍ରୁର,
ତୁ ହସାଇ ଦେଲେ ସବୁ ଦୁଃଖ ହୁଏ ସୁଖ
ତୁ ଗଲା ଠାରୁ ଏ ସୁଖ ମାଡୁ ନାହିଁ ମୋ ପାଖ,
ସବୁ ପଛରେ ପକାଇ ତୁ ସମୟ ମୋତେ ଦେଉ
ତୋ ପରେ ତୋ ପରି କେହି ପାଇ ନାହିଁ ଆଉ,
ସବୁ କଷ୍ଟ ଲାଗେ ସହଜ ତୋ ହାତ ଧରି
ଏବେ ତୋ ବିନା ସବୁ କଷ୍ଟ ମୁଁ ବଞ୍ଚୁଛି ମରି ମରି,
ତୋ ଦୁଆରେ ଜୀବନ ସାରା ମୋ ହୃଦୟ ରଖା
କାହିଁକି ନା ତୁ ହିଁ କେବଳ ମୋର ପ୍ରିୟତମ ସଖା।

-


Fetching ପ୍ରଜ୍ଞା ପରମିତା ମନ୍ତ୍ରୀ Quotes