ଜିବନ ରେ ସବୁ କିଛି ହରାଇ ସାରିଲା ପରେ ଆଉ ଡର ଲାଗୁନି କି ଅବଶୋଷ ଭି ନାଇଁ । ନିଜ ବାପା, ନିଜ ରକ୍ତ ଆଉ ସବୁ ନିଜର ଲାଗୁଥିବା ଲୋକ ହରେଇବା ପରେ ମୋ ଅଭିଧାନ ରେ ସତେ ଯେମିତି ନିଜର ଶବ୍ଦ ଟା ବହୁତ କଷ୍ଟ ଦେଉଛି। ତେଣୁ ସେ ନିଜର ଶବ୍ଦ କୁ ମୁଁ ଅଭିଧାନ ରୁ ଲିଭେଇ ଦେଇଛି।
ଏବେ ଖାଲି ପ୍ରଶ୍ନ ଅଛି ଯେ -ଯେଉଁଠି ଶାସ୍ତ୍ର, ବ୍ରାହ୍ମଣ,ପୁରୋହିତ, ନାହାକ,ମହାପ୍ରଭୁ ଙ୍କ ପଣ୍ଡା, ମହାପ୍ରଭୁ ଙ୍କ ମୁକ୍ତି ମଣ୍ଡପ ର ବ୍ରାହ୍ମଣ ସମସ୍ତେ ନିୟମ ଏବଂ ବିଧି ଅନୁଯାଇ ଯାହା ସଠିକ ସେଟା କହି ସାରିଲେଣି, ସେଠି କିଛି ନିଜର ବୋଲି ଜଣା ଯାଇ ଥିବା ଲୋକ ମାନେ ତାଙ୍କର ସ୍ୱକଳ୍ପିତ ନିୟମାବଳୀ ଜଣାଉ ଛନ୍ତି।
ତେଣୁ ନିର୍ଯାସ ରେ ପହଂଚିଲି ଯେ ସତରେ ଅନ୍ୟ ପାଇଁ ଖୁସି ହବା କଣ ଏତେ କଷ୍ଟ???? ମୁଁ ତ ବାକି ବହୁତ ଖୁସି ହୁଏ ଯେବେ କିଏ ଜୀବନ ରେ ଭଲ କରେ ଅବା ନିଜ ନୂଆ ଦୁନିଆ ରେ ପାଦ ଦିଏ।
ବୋଧହୁଏ ସେଇ ଅସହିଷ୍ଣୁ ଭାବନା ନାହିଁ ବୋଲି ମୋ ପାଖେ, କିଛି ନିଜର ନାଥଇ ବି ମୁଁ ମୋ ଦୁନିଆ ରେ ବିନା ଆଶା ରେ ଅଗକୁ ବଢ଼ି ଚାଲିଛି। ଆଉ କେବେ ଅନ୍ୟ କାହା ଯୋଗୁ ଆଗକୁ ବଢିବା ବନ୍ଦ ବି କରିବିନି, କାରଣ କାହା ପାଇଁ କାହାର ଦୁନିଆ ଥମି ଯାଏ ନାହିଁ। ଏଇ ଜୀବନ ର ଯାତ୍ରା ରେ ବହୁତ ଏକା ଚାଲି ସାରିଲିଣି, ଏବେ ଭଗବାନ ଙ୍କ ଇଛା କୁ ସମ୍ମାନ ଦେଇ ସତରେ ନିଜର ଲୋକ ଙ୍କୁ ଜୀବନ ରେ ଆସିବାକୁ ଦେବି, ଯେ କି ମୋ ଖୁସି ରେ ଖୁସି ଆଉ ଦୁଃଖ ରେ ଦୁଃଖୀ ହେବେ।
-