ବାହାରେ ଆତସବାଜି ର କୋଳାହଳ, ଆଉ କୋଠରୀ ଭିତରେ ଅସଂଖ୍ୟ ନୀରବତା। ବାହାରେ ଆନନ୍ଦ ର ମହୋତ୍ସବ, ଆଉ ଭିତରେ ଅସଂଖ୍ୟ ଦ୍ବିଧା-ଖେଦ-ପ୍ରତୀକ୍ଷା। ୩/୨ ରୋଷେଇ ଘର ଝରକା ର ଏପାଖରୁ ଖୁସି ରେ ଫାଟି ପଡୁଥିବା ଝରକାର ସେ ପାଖକୁ ମୁଁ ଦେଖୁଥାଏ; ଅନ୍ୟମନସ୍କ ହୋଇ। ଖାଲି ଦୀପାବଳୀ ନୁହେଁ ଏ କୋଠରୀରେ ହୋଲି କି ରଜ କିଛି ବି ଆସେନା; ଖାଲି ଏ ବର୍ଷ ନୁହେଁ ଅନେକ ବର୍ଷ ହେବ। ନିସଂଗତା କୁ ସାଉଁଟି ମୁହଁ ରେ ହସ ନେଇ ନିତି ଏଠି ନୂଆ ସମର ରେ ଅବତୀର୍ଣ୍ଣ ହେବାକୁ ହୁଏ। ନିଜ ପରିଚୟ ପାଇଁ, ସ୍ବପ୍ନ ପାଇଁ, ପରିବାର ପାଇଁ, ଦାୟିତ୍ଵ ପାଇଁ.......
କେଜାଣି କେବେ ଶେଷ ଥର ରଜ ପୋଡ଼ ପିଠା ଖାଇ ଥିଲି; କେବେ ନିଜ ଦେହକୁ ମନଭରି ରଙ୍ଗେଇ ଥିଲି ମନେ ପଡୁନି...
ହେ!! ଦେଖ ଭଜା ଟା ପୋଡିଗଲା କି କ'ଣ? ଏଠି ଛିଡ଼ା ହେଇକି ବି ଲକ୍ଷ୍ୟ ରହିଲାନି। ଧେତ୍...
* * * * * * * * * * * *
ଆଜି ନିଜ କାର୍ଯ୍ୟାଳୟ ଶୀତତାପ ନିୟନ୍ତ୍ରିତ କୋଠରୀରେ ତୂଳୀତଳ୍ପ ଘୂର୍ଣ୍ଣାୟମାନ ଚଉକି ରେ
ବସି ଯେବେ ମନେପକାଏ, ଲାଗେ ବୋଧେ ଭବିଷ୍ୟତ ପଥ ଆଲୋକିତ କରିବାକୁ ସେ ଦୀପାବଳୀ
ଏବଂ ଜୀବନ କୁ ରଙ୍ଗମୟ କରିବାକୁ ସେ ହୋଲିର ବଳି ଦେବା ଯଥାର୍ଥ ଥିଲା।
ତଥାପି ଏ ଦୁଇ ପରିପ୍ରେକ୍ଷୀରେ ଗୋଟିଏ
ଦୃଶ୍ୟର ସମାନତା -ମୁଁ ଆଜି ବି ଘରଠୁ ଦୂରରେ....
-