Deebyendu Sahu   (Deebyendu Sahu)
21 Followers · 44 Following

Joined 16 May 2020


Joined 16 May 2020
13 APR AT 12:26

ବଂଜର ନିର୍ଜୀବ ଭୂମି ର ଜୀବନ, ଆତୁର ମନେ ଚାଷୀ ଚାହେଁ ଗଗନ

କଳା ବାଦଲ କରେ ଆଶା ର ସଞ୍ଚାର, ହସି ଖେଳି ଉଠେ ତା ଘର ସଂସାର

ଅପୂର୍ବ ଧରଣୀ ସୁଗନ୍ଧେ ମହକେ ଗଗନ, କରେ ଯେବେ ଧରା କୁ ସେ ପ୍ରଥମ ଚୁମ୍ବନ

ଥୁଣ୍ଟା ଶ୍ରୀହୀନ ବନେ ଭରେ ସବୁଜିମା, କଳ କଳ ନାଦେ ଝରେ ଝରଣା

ଆଲୋ ସଖୀ
ଶ୍ରାବଣ ର ସେ ବର୍ଷା ହେଲେ
ତୁମେ ମୋ ମନ ବର୍ଷା ବୈଜୟନ୍ତୀ

ଉତ୍ତପ୍ତ ଧରଣୀ ତା ସ୍ପର୍ଶରେ ହୁଏ ଶୀତଳ,ତୃପ୍ତ ମୋ ମନ ନିହାରି ତୁମ ନୁପୁର ନେତ୍ର

ଧନ୍ୟ ସେ କର୍ତ୍ତା, ଅତି ସୁନ୍ଦର ତା କାରିଗରୀ; ଚକିତ ସାରା ଜଗତ ଦେଖି ତୁମ ରୂପ ଚାତୁରୀ

ଶବଦ ର ଶ୍ରାବଣ କଲମ ରୁ ଝରେ, ଝୁମେ ମୋ ମନ ତୁମ ମଧୁର ପ୍ରେମ ମଲ୍ହାରେ

ଆଶିଷ ଶୁଭାଶିଷ ତୁମ ଜନ୍ମଦିନ ର ; ହସି ଦିଅ ଟିକେ ତୁମେ, ଲାଗେ ଅତି ମଧୁର

ସୁଖର ସାଗର ହେଉ ଅବା ଦୁଖଃ ର ବନ୍ୟା, ସାଥେ ଚାଲୁଥିବ ସଦା ତୁମ ଏ ସଖା

ଆଲୋ ସଖୀ
ଶ୍ରାବଣ ର ସେ ବର୍ଷା ହେଲେ
ତୁମେ ମୋ ମନ ବର୍ଷା ବୈଜୟନ୍ତୀ

-


24 FEB 2022 AT 21:41

ନିଶବ୍ଦ ନିଶା ଆଜି ଚଳ ଚଞ୍ଚଳ,
ହର୍ଷିତ ହୃଦୟ ମୋ କୁହେ ,ଆସିଛି ଏ ଶୁଭ ବେଳ

ମଲ୍ଲୀ ମହକିତ ରଜତ ରଜନୀ
ଶଶୀ ଶୋଭିତ ଆଜି ଶୀତଳ ଯାମିନୀ

କୁନ୍ଦନ ନୟନ ତୁମ ଆଦ୍ର ଅଧର
ସ୍ମିତ ଚେହେରା ତୁମ ମନ ମୁଗ୍ଧକର

କେବେ ମୋ ସଖୀ କେବେ ମୋ ସଙ୍ଗିନୀ
ଅଭିନ୍ନ ଅଙ୍ଗ ତୁମେ ମୋ ସୁନ୍ଦର ସଜନୀ

ଶାନ୍ତ ସ୍ଵଭାଵ ତୁମ ସରଳ ମନ
ଭାରି ଭଲଲାଗେ ତୁମ ଅଝଟ ଅଭିମାନ

ସୁଖର ସଗାରେ ଭରିଦେବି ତୁମ ସାରା ଜୀବନ
ଜନ୍ମଦିନର ତୁମକୁ ଅଶେଷ ଅଭିନନ୍ଦନ ।।

-


29 AUG 2020 AT 15:26

ଏହି ତ ପରିବର୍ତ୍ତନ ର ପରିଭାଷା...

-


25 AUG 2020 AT 22:43

ବାପା

-


23 AUG 2020 AT 20:08

ମାନବତା ରୁ ଦାନବତା : ସ୍ଵଜାତି ର ବିଧ୍ଵଂସ

-


10 AUG 2020 AT 1:48

"ସବୁ ସମ୍ବନ୍ଧ ଆଉ ସମ୍ପର୍କଠୁ ଭିନ୍ନ ଏକ ସମ୍ଭାବନା"

-


10 AUG 2020 AT 0:30

ମନରେ ପ୍ରଶ୍ନର ପ୍ରହେଳିକା, ନିଜକୁ ହାରିବାର ଆଶଙ୍କା ।
ସନ୍ଧାନ ଥିଲା ଏକ ସାଥୀର, ଯାହା ପାଖେ ଥିବ ସବୁ ପ୍ରଶ୍ନର ଉତ୍ତର ।।

ମୋ ମନର ସେ କଳ୍ପନାଠୁ,ଭିନ୍ନ ଥିଲା ତୁମ ଛବି ।
କିନ୍ତୁ ସେ ଥିଲା ମୋ ମନର ଭ୍ରମ ମାତ୍ର, ଥିଲ ତୁମେ ମୋ କଳ୍ପନାର ପ୍ରତିଛବି ।।

ସମ୍ପର୍କର ସେ ବର୍ତ୍ତାଳାପ ଠୁ, ମଟର ସାଇକେଲ ରେ ଯାତ୍ରା ପର୍ଯ୍ୟନ୍ତ ।
ଧଉଳି ର ଶାନ୍ତ ପବନର ଧ୍ୱନି ଠୁ, ଚନ୍ଦ୍ରଭାଗା ସଗାରର ସନ୍ଧ୍ୟା ନାଦ ପର୍ଯ୍ୟନ୍ତ ।।

ସମୟର ସ୍ରୋତରେ, କେବେ ଯେ ଏ ଅଜଣା ବ୍ୟକ୍ତି ଟି;
ହେଇଗଲା ତୁମ 'ଜୀବନ ସାଥୀ', ଶୁଣେ ଆଜି ରଜନୀ ଆମ ପ୍ରେମ ପ୍ରୀତି ।।

ବନ୍ଧୁତ୍ବର ସେ ଡୋର, ପ୍ରେମର ସେ ସାଗର
ଆଲିଙ୍ଗନର ସେ ଉଷ୍ମତା, ରାତ୍ରିର ସେ ନିବିଡ଼ତା ।।

ଅଶାନ୍ତ ମନ ଆଜି ଶାନ୍ତ, ସବୁ ପ୍ରଶ୍ନ ଉତ୍ତର ଠୁ ଉର୍ଦ୍ଧ୍ବରେ
ପବିତ୍ର ବନ୍ଧୁତ୍ବ ଓ ପ୍ରେମର, ଡୋରରେ ଆଜି ମୁଁ ବନ୍ଧା ।।

ଅତି ସୁଖଦ ଏ ଅନୁଭୂତି, ଏହି ତ ଆରମ୍ଭ ମାତ୍ର;
ସାଥୀ ହୋଇ ଚାଲିବାର ଅଛି, ଏ ଜୀବନ ଯାତ୍ରା ।।
।। ଏ ମୋ "ଜୀବନ ସାଥୀ" ।।

-


17 JUL 2020 AT 18:04

ଶାନ୍ତ ସ୍ବଭାବ ତୁମ, ସକାଳ ଶରତ ର
ସ୍ବାଧୀନ ସ୍ୱାଭିମାନୀ ତୁମେ, ସୌର୍ଯ୍ୟ ସୂର୍ଯ୍ୟ ର

ଶ୍ୱେତାଙ୍ଗ ଶରୀର ତୁମ, ଶୁଭ୍ର ଶଶାଙ୍କ
କୁହୁକ କଣ୍ଠ ତୁମ, କୁଞ୍ଜ ର କୋକିଳ

ଅଶ୍ରୁଳ ଆଖି ଅଦ୍ୱିତୀୟ ତୁମ, ଆବେଗ ଅମ୍ବର ର
ଆଦ୍ର ଅଧର ତୁମ, ଆଧାର ଅହିଂସା ର

ହର୍ଷିତ ହୃଦୟ ତୁମ, ହସ ହଂସ ହଂସୀକା ର
ପ୍ରସନ୍ନ ପ୍ରଫୁଲ୍ଲ ଆଜି ତୁମେ, ପ୍ରଦୀପ ପ୍ରେମ ର

ମୋହିନୀ ମୟୁର ତୁମେ, ମୋ ମନ ମଧୁବନ ର
ଶ୍ରେଷ୍ଠ ସ୍ୱରୂପ ତୁମେ, ସ୍ନେହ ସହନ ର

ତୁମ ପାଇଁ କିଛି
ମୋ କଳ୍ପନା କାଗଜ ରେ କଲମ ରୁ କବିତା
ଶବ୍ଦର ସାଗର ରେ ଆମ ସମ୍ପର୍କର ସତ୍ତା

ମୋ ସ୍ବପ୍ନ ସ୍ୱରାଜ ର ତୁମେ ସୁନ୍ଦର ସଜନୀ
ତୁମ ରୂପ ରଙ୍ଗରେ ରଞ୍ଜିତ ଆଜି ଏ ରଜନୀ

ପ୍ରେମ ର ପ୍ରବାହ ଏ ପ୍ରଗାଢ଼ ମୋ ପ୍ରୀତି
ବିନମ୍ର ବନିତା ତୁମେ ମୋ ବର୍ଷା ବ୍ୟଜୟନ୍ତି

-


18 MAY 2020 AT 7:53

ନିଜସ୍ୱ ପରିକଳ୍ପନା ର ଯନ୍ତା ରେ ତୁ ରୁଦ୍ଧ
ମୁକ୍ତି ର ବିକଳ୍ପ ଖୋଜିବାରେ ଆଜି ତୁ ଅସ୍ଥିର

କିନ୍ତୁ କାହିଁକି ତୁ ଅସ୍ଥିର
ତୁ ତ ନିଜ ମନ ର ହିଁ ମାୟା ଜାଲ ରେ ଛନ୍ଦା

କାହିଁକି କାହାପାଇଁ ଆଜି ତୁ ଅପେକ୍ଷାରତ
ସେ ମନ ର ମୃଗତୃଷ୍ଣା ପଛରେ ଆଜି ତୁ ବ୍ୟାକୁଳ

ବସ୍ତାବିକତା କୁ ଟିକେ ଦେଖ
ମନରେ ଲଗା ଟିକେ ବିବେକ ର ଲଗାମ

ସ୍ୱାଧୀନତା ହିଁ ପ୍ରେମର ପରିଭାଷା
ନ ଥିଲା ସେ କେବେ ତୋ ମନ ର ପିଞ୍ଜରା ରେ ଆବଦ୍ଧ

ପ୍ରେମ ର ଆକାଶ ରେ ସେ ଥିଲା ଏକ ସ୍ବାଧୀନ ବିହଙ୍ଗ
ମୁକ୍ତ ହେବା ତ ଆଜି ନ ହେଲେ କାଲି ଅବଶ୍ୟମ୍ଭାବି ଥିଲା

କଳ୍ପନା ର ଭଅଁର ରେ ଭ୍ରମିତ ଥିଲୁ ତୁ
କେବଳ ତୁ ଥୀଲୁ ନିଜ ସୀମିତ ଚିନ୍ତାଧାରା ରେ ଆବଦ୍ଧ

-


Seems Deebyendu Sahu has not written any more Quotes.

Explore More Writers