Chiranjibi Moharana   (Chiranjibi)
233 Followers 0 Following

Joined 7 September 2020


Joined 7 September 2020
15 HOURS AGO

କେବେ ଦିନ ଭୂଳିଯାଉ କେବେ ରାତି ଭୂଳିଯାଉ
କହ ମୋ ପ୍ରେମରେ ପଡ଼ି କାଇଁ ଜାତି ଭୂଳିଯାଉ
ଭୂଳିଯାଉ ପୁଣି କାଇଁ ବୟସର ବନ୍ଧ
କହ ଥରେ ମୋ ପ୍ରେମରେ ଆଜି କାଇଁ ଅନ୍ଧ

-


16 FEB AT 20:23

ଜଦି ଦବାପାଇଁ ନାହିଁ ମୋତେ ନାଇଁ କରିଦିଅ
ନୁହେଁ ମୁଁ ତୁମର କହି ପର କରିଦିଅ
ଆଉ ଯାହା ବାକି ଅଛି ନେଇଯାଅ ସବୁ
ଫେରିଯିବି ଖାଲି ହାତେ ବଡଦାଣ୍ଡୁ ପ୍ରଭୁ,
କେବେ କହିବିନି ପ୍ରଭୁ କିଛି ଦେଇନାହଁ ବୋଲି
ସବୁ ପୂର୍ଣ୍ଣ ଥାଇ ଆଜି ଲାଗେ କାହିଁ ଖାଲି
ଆଉ ଯାହା ଲୋଡା ପ୍ରଭୁ ତୁମକୁ ହିଁ ଜଣା
ଅଧମ ମୁଁ ବୋଲି ପ୍ରଭୁ ଆଜି ବାଟ ବଣା,
ଖାଲି ଏତିକି କରୁଣ ଟିକେ କରିଥାଅ ପ୍ରଭୁ
ମଲାବେଲେ ତୁଣ୍ଡ ମୋର ହରିନାମ ବୋଲୁ
ଜୀବ ଥିଲାବେଳେ ଯେତେ କରିଛି କୁକର୍ମ
କ୍ଷମା କରିଦେଉ ସେହି କ୍ରୂର କାଳ ଯମ ।

-


28 OCT 2023 AT 20:52

ଜୀବନଟା ବିତିଗଲା ତତେ ଭାବି ଭାବି
ଭାବ ତୋଠି ରଖିଥିଲି.. ଭାବି ମରୁଥିଲି.....
ଜୀବନଟା ବିତିଗଲା ତତେ ଭାବି ଭାବି
ଭାବ ତୋଠି ରଖିଥିଲି.. ଭାବି ମରୁଥିଲି.....

ତୋ ବଡ଼ଦାଣ୍ଡୁ ଖାଲି ହାତରେ
ଫେରିଯା କହିଦେ ରାଣ ରଖିଲି....

ମୁଁ.... ଭାବ କରି ଭୁଲ କରିଲି
ତତେ ଭାବ କରି ଭୁଲ କରିଲି...

-


14 OCT 2023 AT 20:28

"ज़िन्दगी की राहों में चाहे जितनी बाधाएं हो,
मोहब्बत की राहों में हमेशा राहें मिलती हैं।"

-


8 OCT 2023 AT 20:31

तेरी आँखों का जादू है, वो मोहब्बत की बातें,
दिल को छू लेते हैं, वो प्यार के रास्तों की यातें।

तेरी मुस्कराहट का नूर है, जो दिल को बहलाता,
मेरी जिंदगी को सवरता, वो प्यार का आगाज़ करता।

तू मेरी धड़कन की धड़कन है, यह जिंदगी का गीत,
हमेशा तेरे साथ होना है, यही है मेरी मन्जिल की राहत।

-


2 OCT 2023 AT 21:36

ଜଣେ କହୁଥିଲା ତୁମ ବିନା ବଞ୍ଚି ପାରିବିନି
ତୁମ ହାତ ଛାଡ଼ିଦେଲେ ପାଦେ ଘୁଞ୍ଚି ପାରିବିନି
ତଥାପି ସେ ଆଜି ପୁଣି ମୋ ବିନା ବଞ୍ଚିଛି
ଧିରେ ଧିରେ ପାଦ ଥୋଇ ଆଗକୁ ଘୁଞ୍ଚୁଛି...

-


12 SEP 2023 AT 21:11

ଆଜି ଯଉବନ ମଧ୍ୟାହ୍ନରେ ସାଥି ଟିଏ ଲୋଡା
ପରେ ବିବାହ କରିବା ଯୋଗ୍ୟା ପ୍ରାର୍ଥୀନୀଟେ ଲୋଡା
ହେଲେ ସେଥିପାଇଁ କେତେଗୋଟି ସର୍ତ୍ତାବଳୀ ଅଛି
ଯୋଗ୍ୟ ହେଲେ କୋଟିଏରୁ ନେବି ଗୋଟେ ବାଛି,
ପ୍ରଥମରେ ଝିଅ ପୁରା ଗୋରୀ ହେଇଥିବ
କାଳୀ ନୁହେଁ ଜମା ହେଲେ ଶ୍ୟାମଳୀ ଚଳିବ
ହେଲେ ଚଳିବନି ହେଇଥିଲେ ପାଣିହାତୀ ପରି
କହିଲେ ଚଳେଇନେବି ଗୁଣ୍ଠୁଣି ଟେ ପରି,
ଆଉ ମୁହଁ ତାର ପୂର୍ଣ୍ଣିମାର ଚାନ୍ଦ ହୋଇଥିବ
ଛୋଟ ଛୋଟ କଥାରେ ସେ କାନ୍ଦିଦଉଥିବ
କିନ୍ତୁ ସ୍ବଭାବରେ ହୋଇଥିବ ଟିକେ ଲାଜକୁଳୀ
ଆଉ ଅଭିମାନେ ମୋ ସାଥିରେ କରୁଥିବ କଳି,
ସିଏ ଓଷା ବ୍ରତ ଗୁରୁବାରେ ପିନ୍ଧୁଥିବ ଶାଢ଼ୀ
ହାତେ ଥିବ ନାଲି ଶଙ୍ଖା ମଥାରେ ଓଢଣୀ
ପାଦରେ ତା ପଡିଥିବ ଅଳତାର ଗାର
ହସରୁ ତା ଝରୁଥିବ ମୁକୁତାର ହାର,
ମୁଁ ତା ରାଶି ଗୋତ୍ର ଜାଣିବାର କାରଣ ବି ନାହିଁ
ଜାତି ଧର୍ମ ବର୍ଣ୍ଣ ରେ ବି ବାରଣ ମୋ ନାହିଁ
ହେଲେ ଗୋଟିଏ ଚାଉଳରେ ସେ ହୋଇଥିବ ଗଢା
ଖାଲି ଏତିକି ଯୋଗ୍ୟ ର ମତେ ପ୍ରାର୍ଥୀନୀଟେ ଲୋଡା...

-


8 SEP 2023 AT 11:07

ଥରେ ହୁଅନ୍ତା କି ଦେଖା ମୋର ତୋହରି ସାଥିରେ
ନିରିଜନ ନିକାଞ୍ଚନ ଏକାନ୍ତ ସ୍ଥାନରେ
ସେଠି ହୁଅନ୍ତା କି ତୋର ମୋର ମନ ବାଟବଣା
ଘଟନ୍ତା ଆମ ଭିତରେ କିଛି ଦୁର୍ଘଟଣା,
ତୁ ମନରେ କିଛି ନ ଭାବି ଆଦରି ନିଅନ୍ତୁ
ମୋ ଦେହର ଭୋକ ସବୁ ମେଣ୍ଟେଇ ଦିଅନ୍ତୁ
କୁହନ୍ତୁ ହେ ପ୍ରେମବର ପ୍ରିୟତମ ମୋର
କାୟ ମନ ବାକ୍ୟେ ଆଜି ମୁଁ ଏକା ତୁମର,
ମୁଁ ତୋ ଦେହରେ ଶିହରଣ ଖେଳେଇ ଦିଅନ୍ତି
କାମନାର ପ୍ରେମବହ୍ନୀ ଜଳେଇ ଦିଅନ୍ତି
ଦିଅନ୍ତି ମିଶେଇ ତୋର ଆଖି ସାଥେ ଆଖି
ତୋ ଓଠର ସ୍ବାଦ ଟିକେ ଦିଅନ୍ତି ମୁଁ ଚାଖି,
ମୁଁ ଧରନ୍ତି ଗୋଟେ ହାତରେ ଉରଜ କୁ ତୋର
ଆଉ ଏକ ହାତରେ ମୁଁ କଟିଦେଶ ତୋର
ତୁ ନିଅନ୍ତୁ ସେତିକିବେଳେ ମତେ କୋଳକରି
ମୁଁ ଶୋଇଯାନ୍ତି ତୋ ଉପରେ ଆଲିଙ୍ଗନ କରି....

-


3 SEP 2023 AT 21:37

ସ୍ମୃତି :

ସତେ ଅବା ମାଣବସା ମାଟିକାନ୍ଥ ର ଝୋଟି ଚିତା ପରି..
ଯେତିକି ଅକୃତ୍ରିମ ସେତିକି ଭାବ ସଂଚାରି...

କେବେ କେବେ ଶ୍ରାବଣର ବାରି ଧାରା ପରି ଅବାରିତ ତ...
ଆଉ କେବେ ବୈଶାଖର ତୃଷାର୍ତ୍ତ ହରିଣୀ ପରି...

ପୁଣି କେବେ ଆତ୍ମାନୁଶୀଳନତା ର ସର୍ବଶ୍ରେଷ୍ଠ ପରିତୃପ୍ତି ତ....
ଆଉ କେବେ ଆତ୍ମାହୁତି ର ନିଷ୍ଠୁର ଅନୁଭୂତି ପରି...

-


15 JUL 2023 AT 22:26

ଭାବିଥିଲି ଗଢିଥାନ୍ତି ସୁନାର ସଂସାର
ମୂଳଦୁଆ ଦେଇଥାନ୍ତି ଆଶା ଭରଷାର
ହସ ଲୁହ ଲେପିଥାନ୍ତି ମାଟିର କାନ୍ଥରେ
ଛପର କରେଇଥାନ୍ତି ଆଶା ବିଶ୍ଵାସରେ ,
ହେଲେ ପାଇଲିନି ସେମିତିକା ଦକ୍ଷ କାରିଗର
ଗଢି ପାରିଲିନି ମୋର ସ୍ବପ୍ନର ସଂସାର
ତଥାପି ମୁଁ ସାଇତିଛି ମନରେ ମୋ ଆଶା
ତା ସାଥେ ରଖିଛି ସେଇ ଛୋଟିଆ ଭରଷା ,
ମୁଁ ଜାଣିନି ସେ ଆଶା ପୂର୍ଣ୍ଣ କିଏସେ କରିବ
କିଏ ସେହି କାରିଗର କୋଉଠୁ ଆସିବ
ଭଲମନ୍ଦ ହସକାନ୍ଦ ସରଞ୍ଜାମ ଆଣି
ଗଢି ଦେବ ସପନର ସଂସାର ମୋ ପୁଣି ।

-


Fetching Chiranjibi Moharana Quotes