Bela Bhumi   (Bela Bhumi (Odia Poetry))
653 Followers · 764 Following

read more
Joined 11 October 2017


read more
Joined 11 October 2017
10 HOURS AGO

କେବେ ଢାଳି ଦେଉଥିଲ
ଅଞ୍ଜୁଳୀରେ ମୋର
ପ୍ରଣୟର ବାରି ଧାରା
ଏବେ ଆଖି ମୋ ଭିଜୁଛି
ଲୁହର ବର୍ଷାରେ
ଚାହିଁ ଚାହିଁ ରାତି ସାରା ।।ବେଳାଭୁମି

-


10 HOURS AGO

ତୁମେ ବାଉଳା ସପନେ ଗହଳ ରାତିର
ମଧୁମତି ମଧୁଶାଳା
ସାଗର କୂଳର ଚୋରା ବାଲୁକାର
ମୁଁ କେଉଁ ବିଜନ ବେଳା,
ମୁଁ ଯେ ଜରାଜୀର୍ଣ୍ଣ
ପାନ୍ଥଶାଳା କାନ୍ଥେ
ନାମ କେଉଁ ବାଟୋଇର
ତୁମେ ମଧୁଶାଳା
ଫେନିଭ ପିଆଲା
ମନଭୁଲା ମଦିରାର ,
ଅପହଞ୍ଚ କେଉଁ ନିଷିଦ୍ଧ ସହରେ
ତୁମେ ଏକ ନୀଳ ପରୀ
ନିଶି ନିରିଜନ ତନ୍ଦ୍ରା ଚାରଣେ
ମୁଁ ନିଃସଙ୍ଗ ପଥଚାରୀ…….।।
ତପନ ଦୀକ୍ଷିତ(ବେଳାଭୂମି)
ନାସିକେଶ୍ୱର, କାକଟପୁର, ପୁରୀ

-


1 MAY AT 12:27


ଫିଟା ଫିଟା ଥିବ କବରୀ ତୁମର
ସତେବା ! ଶ୍ରାବଣ ଘନଘଟା
ଫେଣ୍ଟାଫେଣ୍ଟି ଥିବେ ଦୁଃଖ ଓ ବିରହ
ହୃଦୟ ମୋ ଥିବ ଫଟା ଫଟା,
ପସରାରେ ଥିବ ପସରେ ମଦିରା
ଉଙ୍କି ମାରୁଥିବ ତୁମ ପ୍ରୀତି
ଆସରା ରେ ଥିବ ଋତୁ ଓଦା ଓଦା
ଧାରା ଶ୍ରାବଣର ବର୍ଷା ରାତି।।
ତପନ ଦୀକ୍ଷିତ(ବେଳାଭୂମି)

-


1 MAY AT 11:23

ବୋଧେ! ତୁମେ ନାହଁ ବୋଲି(୨)
ଅଛି ସେଇ ନଈ ପଠାକୃଷ୍ଣଚୂଡା
ଆଉ ବି ଫୁଟୁଚି ଫୁଲ
ଗୋହିରୀର କାଶ ଦେହେ ଦେହଘଷି
ପବନ ହେଉଛି ଗେଲ,
ହେଲେ .....
ହଳଦୀ ବାସୁନି ଘାଟପବନଟା
ପାଣିରେ ଖେଳୁନି ନାଲି
ବେରଙ୍ଗ ବେରଙ୍ଗ ସାରା ମଉସୁମୀ
ବୋଧେ ତୁମେ ନାହଁ ବୋଲି।। ବେଳାଭୂମି

-


1 MAY AT 11:09


ବୋଧେ! ତୁମେ ନାହଁ ବୋଲି(୧)
ଦେଖି ଯିବ ଆସି ଫଗୁଣ ଫେରିଛି
ମୋ ଗାଁ ପଳାଶ ଫୁଲେ
ଗାଉଛି କୋଇଲି କୁହୁ କୁହୁ କହି
ପଠା କାଶତଣ୍ଡି ଝୁଲେ ,
ତୁମ ପାଦଘଷା ତୁଠ ପଥରଟା
ଆଜିବି ଲାଗୁଚି ନାଲି
ହେଲେ ଫିକାଫିକା ସାରା ମଉସୁମି
ବୋଧେ! ତୁମେ ନାହଁ ବୋଲି।।ବେଳାଭୂମି

-


30 APR AT 11:17

ତୁମେ ତ କାହାର ଅଗଣା ଶିଉଳି
ମୁଁ କାହା ରଜନୀ ଗନ୍ଧା
ତୁମେ ଝରୁଥାଅ ପଥପରେ କାର
ମୁଁ କାହା ତୋରଣେ ବନ୍ଧା’’
ତୁମେ ବି ଏଇଠି ମୁଁ ଏଇଠି ବି
ହେଲେ କାହିଁ ସେହି ଦିନ
ଅପାଶୋରା ତୁମ ଛଳ ଛଳ ଆଖି
ଆଉ ସେଇ ଅଭିମାନ,
ସମୟ ବେଳାରେ ପଡି ରହିଅଛି
ଖାଲି ଯାହା ସ୍ମୃତି ଚିହ୍ନ
କିଛିଟା ତୁମର କିଛିଟା ମୋର
ନିଥର ସ୍ପନ୍ଦନ ହୀନ ,
ସମୟଟା ଏଠି ବସନ୍ତ ବିଭୋର
ଫଗୁଣର ଜୟଗାନ
ହେଲେ ଶ୍ରାବଣର ଝଡ଼ ରେ ଆତୁର
ଦୁଇ ଦେହ ଦୁଇ ମନ।।ବେଳାଭୂମି

-


30 APR AT 10:21

ଶୂନ୍ୟ ଗବାକ୍ଷେ କିଏ ଗୋ ସମ୍ଭ୍ରମା
ଭ୍ରମରେ ଭ୍ରମିତ କର
ଭ୍ରୂକୁଞ୍ଚନ ତୁମ ଉଦ୍ଭଟ୍ଟ ଲାଗେ
ଉଚ୍ଚାଟିତ ଦେହ ମୋର ,
ଅବଲୋକନେ ଏ ଅଭୂତପୂର୍ବ
ଦୃଶ୍ୟେ ମୁଁ ସ୍ଥାଣୁ ଆଜି
ବାସ୍ତବ ଅବା ଅଳୀକ ସ୍ବପ୍ନ ଏ
ହେଜି ବି ପାରେନା ହେଜି।।ବେଳାଭୂମି

-


29 APR AT 20:50

ଜିଉଁଛି କେମିତି
ତୋ ବିନା ଆଜି ମୁଁ
କେବେ ଆସି ମୋତେ
ଦେଖି ଯା ଥରେ,
ଲୁହ ବିନା ତୋତେ
କି ଅବା ସେ ଦେବ
ସକାଳେ ବଞ୍ଚି ଯେ
ରାତିକୁ ମରେ ।।ବେଳାଭୂମି

-


29 APR AT 12:04

ଲକ୍ଷେ ବାଳା ବକ୍ଷ ଆଲିଙ୍ଗନ କଲେ ସେ ସୁଖ ମିଳିବ କାହୁଁ ?
ସେଇ ଯେଉଁ ସୁଖ ଜାବୁଡି ନିବିଡ଼େ ହରଷେ ପରଷି ଦେଉ।।ବେଳାଭୂମି

-


28 APR AT 22:19

''ପଲକ ନଇଁଲେ ପାଲିଙ୍କି ଆସିବ
ମୁଁ ଥିବି ବରବେଶେ
ସବାରିଟା ତୁମ ସଜ ହୋଇଥିବ
ବାଟ ରହିଥିବ କୋଶେ,
ସପନ ଫୁଲର ଗଜରାରେ ତୁମ
ଓଢଣୀ ମହକୁ ଥିବ
ପଲକେ ନିଦରେ ତୁମେ ଆସୁଥିବ
କୁଆଁତାରା ବୁଡୁଥିବ'' ।।
ତପନ ଦୀକ୍ଷିତ(ବେଳାଭୂମି)
ନାସିକେଶ୍ୱର, କାକଟପୁର, ପୁରୀ
"ଓଢଣୀ" -ଅବଗୁଣ୍ଠନ -ଓଢଣା

-


Fetching Bela Bhumi Quotes