ଚଳ ଚଂଚଳ ଏହି ଧୁମଳ ଆକାଶ ର ବାହା ତଳେ
ଅଛି ଏକ ନିର୍ମଳ ବନ ଓ ଏହାର ସ୍ୱଚ୍ଛ ବାୟୁ
ଗଳି ଅଂଚଳ ଭରା ଏହି ଇଟା ଗୋଡି ଜଙ୍ଗଲ କୂଳେ
ଥିବା ଏକ ପ୍ରାକୃତିକ ବସା ର ସ୍ୱଳ୍ପ ଆୟୁ
କିନ୍ତୁ ଭାଙ୍ଗେ ନାହିଁ ହେଲେ ବି ପକ୍ଷୀଟି ର ମନବଳେ
ତାର ସେହି ଛୋଟିଆ ବସା, ରହେ ନାହିଁ ତାର ସ୍ନାୟୁ |
ବଢି ଚାଲିଥିବା ଜନ ଗହଳି ମଧ୍ୟରେ
ଖୋଜୁଛି ଆଜିବି ଗୋଟେ ନିରୋଳା ସ୍ଥାନ
ମାଢି ଚାଲୁଥିବା ଗାଡ଼ି ର ଦୌଡରେ
ଚଲା ପଥ ରେ ପାଦ ରଖିବାକୁ ନାହିଁ ଆସ୍ଥାନ
କିନ୍ତୁ ଥିଲେ ବି ଯେତେ ସଂଘର୍ଷ ଏହି ସହରେ
ସ୍ବପ୍ନ ଦେଖିଲେ ହିଁ ରହିବ ନିଜର ଉପସ୍ଥାନ
-