Ananya Nayak   (Nayana)
1.9k Followers · 119 Following

-ARCANE
-NO PRIVATE QUOTES, Please.
Joined 14 May 2017


-ARCANE
-NO PRIVATE QUOTES, Please.
Joined 14 May 2017
20 APR AT 0:42

Some people are meant for
Stardusts, sunsets, sea-beaches
Rainy mornings, winter cuddles and honeyed kisses

While only a handful are made up of those things.
And they know, homes are built in stormy nights
No one stays forever with fleeting beauties.

-


15 APR AT 23:35


Sometimes I feel the urge to scratch the screen; as if scratching it will erase the words on it.
Sometimes I feel the urge to scratch myself. I don't know what it will erase.
Sometimes I feel like screaming, throwing things but I can't. Silly-ness tantrums are not for adults.
My mother says, tears are the sign of weakness. And I want to ask if scrubbing, scratching, erasing are the signs of braves!
Sometimes I feel like opening the gate and going out at night. If not to the road, may be to the roof top, may be to another room, another bed as if changing places can change the mind.
Sometimes I feel like crying, howling but sounds need a good reason to be out.

// Grief in confinement

-


3 APR AT 0:04

// ଭୁଲି ଗଲିଣି//

ଅନେକ ଦିନ ହେଲାଣି, ଅନେକ ବାଟ ଚାଲିଆସିଲିଣି;
ଭୁଲି ଗଲିଣି ପଛକୁ ଫେରି ଚାହିଁବା।
ବାଟ ବଦଳିଲାଣି, ପୁରୁଣା କାଗଜି ଫୁଲର ଜାଗା
କେତେ ଯେ ଚେରୀ ବ୍ଲସମ ଆସି ନେଲେଣି;
ରାସ୍ତା କଡରେ ଆଉ ଲାଜକୁଳି ଅଛି କି ନାହିଁ
ଥରେ ନିରେଖି ଦେଖିବାକୁ ବେଳ ନାହିଁ।

ଅନେକ ଦିନ ଗଲାଣି, ଅନେକ ବାଟ ଚାଲି ଆସିଲିଣି;
ଭୁଲି ଗଲିଣି ଚେହେରା ପଢିବା।
ଗଳି ବଦଳିଲାଣି, ଭିଡ଼ ବଦଳିଲାଣି; ଚାନ୍ଦୁ ରିକ୍ସା ଵାଲାର ଜାଗା
କେବେ ରାପିଡୋ ତ କେବେ ଓଲା ନେଲାଣି;
ପାଖ ଛକରେ କେତେଟା ନିତିଦିନିଆ ଅଟୋବାଲା ଅଛନ୍ତି
ଥରେ ଗଣି ଦେଖିବାକୁ ବି ଆଉ ଇଚ୍ଛା ନାହିଁ।

ଅନେକ ଦିନ ଗଲାଣି, ଅନେକ କିଛି ବାଟ ଚାଲି ଆସିଲିଣି;
ଭୁଲିଗଲିଣି କିଏ ମୁଁ, କାହିଁକି ଚାଲିଛି?
ନିଜଠୁ ଏତେ ଦୂର ଚାଲି ଆସିଲିଣି ଯେ ଘର ଠିକଣା ଭୁଲି ଗଲିଣି
ନାଁ କାନ୍ଧରେ କିଛି ବୋଝ, ନା ଆଖିରେ କିଛି ସ୍ବପ୍ନ
ବାସ ମୁଁ ଅନେକ ଦିନରୁ ଏମିତି ଚାଲିଛି।
ଅନେକ ଦିନ ଗଲାଣି, ଅନେକ କିଛି ଛାଡି ଆସିଲିଣି
ଭୁଲି ଗଲିଣି ନିଜକୁ ମନେ ରଖିବା।

-


11 MAR AT 14:46

ମୁଁ ବହୁତ ଦିନ ହେବ ଲେଖିବା ଛାଡି ଦେଇଛି। ଆଉ ଆ ଠୁ ଅଧିକ କଣ କହିବି? ପଢିବା ବି ଛାଡି ଦେଇଛି। କିନ୍ତୁ ବେଳେ ବେଳେ ଯେତେବେଳେ ପଢିବାକୁ ଇଚ୍ଛା ହୁଏ, ବିନା ଖାଦ ଦିଆ ମନର କିଛି ଶାଣିତ କଥା ପଢିବାକୁ ଇଚ୍ଛା ହୁଏ। ମୁଁ ପହଞ୍ଚି ଯାଏ ମୋ ପ୍ରିୟ ଲେଖକ ଦୁଆରେ। ସେ ତାଙ୍କ ଘରେ ଥାଆନ୍ତୁ ନ ଥାଆନ୍ତୁ, ତାଙ୍କ ଝର୍କା ଖୋଲା ଥାଏ। ସେ ଖୋଲା ଝରକା ଦେଇ ବେଳେ ବେଳେ ମୁଁ ସେ ଅଳନ୍ଧୁ ଲଗା ଅନ୍ଧାର ଘର ଭିତରୁ ଆଶ୍ୱାସନା ଟିକେ ସାଉଁଟି ଆଣେ। ହେଲେ କେଜାଣି କାହିଁକି, ସେ ପ୍ରିୟ ଲେଖକଙ୍କର ଝରକା ଏବେ ଅନେକ ଦିନ ହେଲାଣି ବନ୍ଦ ଅଛି। ଏହାର ମାନେ କଣ ହୁଏ ମୁଁ ଜାଣେନା। କିନ୍ତୁ ମୁଁ ଅପେକ୍ଷାରତ ନିଶ୍ଚିତ। ଆଶା ସେ ଝରକା ପୁଣିଥରେ ଦିନେ ଖୋଲିବ।

ଇତି
ତୁମ ଲେଖାରେ ନିଜକୁ ଖୋଜି ହଜାଉଥିବା
ଗୋଟେ ପାଠକ।

-


2 JAN AT 0:24

Things that are difficult

Leaving your house
Saying good bye
Entering a new year
Writing an honest line
Accepting people will not love you, always!

Things that take effort

Carrying the essence of your home in your heart
Starting a new life
Waking up in the morning
Reading until something stirs you
Accepting yourself as you are.

Things that will become easier

Coming home to an empty house
Doing the things you always wanted to do
Finding energy to motivate yourself
Making a habit of giving yourself some time
Loving yourself.

-


20 NOV 2023 AT 17:21

Something is crawling inside me
slowly, restlessly without purpose
It doesn't feel itchy,
It's just there. I know it's there,
I can feel the added hotness in the air I exhale
And the need of more oxygen as I inhale
I sit in my cubicle, it becomes restless
I start writing, skin on top of my finger
feel a small drag from behind
the keyboards are familiar but the sting of needle
is unexpected, I know it's there
I get up, roam around the transparent barriers
It becomes more restless. It climbs up to my eyes
from my finger to my eyes;and back to fingers
It doesn't do anything,
Just roams around a confinement
Restless, without purpose
Just to show its presence.

-


20 JUN 2023 AT 17:27

Window- Curtain

When the night is about to die, and I'm not ready to face the sun yet, I make you the curtains of my window. Some days you're yellow, some days you're black. I don't paint you anything, you just take the colour I need that day.

If on one of those days sleep flows down my eyes running towards a mouth thirsty to drink oceans or dropping on the draught pillows of dreams, you paint yourself a dark black, block all that's bothering me, let me lie on your soothing shadow.

On days when I don't feel like waking up, but you know the day is bright outside, and you bring the day into my room, you become a fragile yellow chikankari parda.

And then there are days, when you don't exist. I miss you, I search for you, but you know, I don't need you. I need to get up and go to work. You know that. And on those days, only on those days I feel like I should keep the window close.

-


15 JUN 2023 AT 16:31

ଜଣା ନାହିଁ କାହିଁକି ପକ୍ଷୀଟି ଉଡିଯିବା ପରେ ବସାଟି ଲକ୍ଷ୍ୟ ପାଲଟି ଯାଏ! ଉଡିଯିବା ତ ସ୍ୱପ୍ନ ଥିଲା, ଭାଗ୍ୟଥିଲା, ପ୍ରାର୍ଥନାରେ ମାଗିଥିଲା, କପାଳରେ ଲେଖାଥିଲା, ହେଲେ ଉଡ଼ିଗଲା ପରେ ବସାଟି ଲକ୍ଷ୍ୟ କେମିତି ହେଇଗଲା? ପକ୍ଷୀର ଜଣାତରେ ବା ଅଜଣାତରେ କ'ଣ ଡେଣାରେ ମୋହର ଅଠା ଲାଗିଗଲା!

ଯାହା ବି ହେଉ, ସେ ମୋହର ରଙ୍ଗ ଖୁବ ସୁନ୍ଦର, ମୋହିତ ପକ୍ଷୀର ଡେଣା ଝାଡ଼ି, ପବନକୁ ବେଖାତିର କରି ଉଡି ଆସିବା ସୁନ୍ଦର। ଝଡ଼ ପାଖରେ ବନ୍ଧା ପକାଇଥିବା ସେ ନୀଡ଼କୁ ଖୋଜି ମୁକୁଳାଇ ଆଣିବା ଆହୁରି ସୁନ୍ଦର! ପ୍ରତିଟି ଶୁଖିଲା ପତ୍ରରେ, ଝଡି ପଡିଥିବା କାଠି କୁଟାରେ ନିଜ ଛୋଟ ଛୋଟ ପାଦଚିହ୍ନ କୁ ଖୋଜି ହେବା ସୁନ୍ଦର, ସେଇ ସ୍ମୃତି ନାଁରେ କେଉଁ ଛୋଟ ପକ୍ଷୀର ଘର ସଜାଡି ଦେବା ସୁନ୍ଦର। ସେ ଛୋଟ ପକ୍ଷୀକୁ ଦିଗନ୍ତ ପର୍ଯ୍ୟନ୍ତର ରାସ୍ତା ଦେଖେଇଦେବା ସୁନ୍ଦର। ନିଜ ଆଖିରେ ସାଇତା ଯେତେ ସବୁ ସନ୍ଧ୍ୟାର ରଙ୍ଗରେ ତା ଡେଣାକୁ ରଙ୍ଗେଇ ଦେବା ସୁନ୍ଦର। ତେବେ ଗୋଟେ ଫେରନ୍ତା ପକ୍ଷୀର କାହାଣୀର ରଙ୍ଗ ହିଁ ମୋହ କି? ମନ୍ତ୍ର କି!

ସେ ମନ୍ତୁରା ଡେଣାର ପ୍ରଥମ ଥର ପାଇଁ ପବନକୁ କାଟିବା ସୁନ୍ଦର, ତଳକୁ ଟାଣି ନେଉଥିବା ଡର ସବୁକୁ କେଉଁ ଏକ କାହାଣୀରେ ଶୁଣିଥିବା କୁହୁକ ରାଜ୍ୟର ସନ୍ଧାନେ ଜିଣି ନେବା ସୁନ୍ଦର। ଗୋଟେ ମୋହକୁ କାଟି ଆଉ ଗୋଟେ ମାୟାରେ ଜାଣି ଶୁଣି ବାନ୍ଧି ହୋଇଯିବା ସୁନ୍ଦର। ଆଉ ସେ ବନ୍ଧନ କୁ କାଟି ଉଡିଯିବା- ଆହୁରି ସୁନ୍ଦର, ସବୁଠୁ ସୁନ୍ଦର! ସତରେ କଣ ସବୁ କିଛି ଏତେ ସୁନ୍ଦର?

-


16 APR 2023 AT 21:56

She wonders often
what had monalisa done
to be painted like that.
What is it one needs to do
to be worthy of an artist's attention,
to be their muse
to have their unwavering attention
on each aspect of their body
and how one prepares for this-
How one sits still under the scrutiny
Bare, Open and vulnerable!
She often wonders
If monalisa were asked again
to be seated for the portrait,
would she be ready!
Was she asked ever
Will she be ever asked
What had she done
What would she do?

-


17 FEB 2023 AT 11:28

।।ଭିଡ ଭିତରେ ତୁମକୁ ଖୋଜେ।।

ଏଠି ତୁମେ ଅଛ, ମୁଁ ବି ଅଛି
ହେଲେ ଆମ କାହାଣୀ ମିଛ କାହିଁକି?
ତୁମେ ଚୁପ୍ ରୁହ ମୁଁ ବି ଚୁପ ରୁହେ,
ଖାଲି କଣ କଥାରେ ହିଁ ଗପ ହୁଏ କି!

ତୁମେ ଯଦି ସତ, ମୁଁ ଯଦି ସତ
ତେବେ ବର୍ତ୍ତମାନ ଏବେ ନୁହେଁ କି!
ଏକାଠି ନହେଲେ କଣ ସମ୍ପର୍କର
କିଛି ମାନେ ନାହିଁକି !?

-


Fetching Ananya Nayak Quotes