Amritesh Khatua   (- ପ୍ରିୟତମ ପାଥେୟ)
1.1k Followers · 283 Following

read more
Joined 20 October 2018


read more
Joined 20 October 2018
28 AUG 2019 AT 19:28

ବୃତ୍ତାକାର କେବେ ସରିଯାଏନି
ତାହା ଭିତରେ ବି ଅଗଣିତ ବିନ୍ଦୁଙ୍କ ସମଷ୍ଟି,
ଯେଉଁ ସମଷ୍ଟି ଯୋଖିଛି ଅସରନ୍ତି ନ୍ୟୂନତାକୁ
ନିଜ ଭିତରେ, ଶୋଣିତ ଧାରେ ପୁଣି।

ଶେଷ ପଂକ୍ତି କେବେ ଥିଲା କି
ଯେଉଁ ଧାଡିରେ ତଲ୍ଲୀନ ହୋଇଛି ଆପୋଷହୀନ
ନିଷ୍କଳଙ୍କ ନିଷ୍କୃତି ସବୁ ସଂଗୋପିତ,
ଏ ହେଉଛି ଶାବ୍ଦିକ ପ୍ରଣୟେ ହସ ହସା
ଆବେଗର ଅବୋଧଗମ୍ୟତା!

କାବ୍ୟିକ ପାଗଳାମି, ଶୁଣିଥିବ କେବେ ସରେ?
ଶୁଭ୍ର ଜ୍ୟୋତ୍ସ୍ନାଧୌତ ପଲକ କେବେ ରୁହେ,
ନା ଟାକି ରୁହେ ଆହବକୁ ଶେଷ ଧାରେ
ଏ ଏକ ଅନାମଧେୟ ଅଭିନିବେଶ
ଅମାନିଆପଣ-ବଶା ଏକ ପ୍ରଭୂତ ଦୌରାତ୍ମ୍ୟ
ସନ୍ତୋଷରୁ ପୁନର୍ଜନ୍ମିତ!

-


25 MAY 2019 AT 19:48

ବରଦା ଶାରଦା ସୁଖଦା ସମ୍ପଦା
ଜନନୀ ସୁଲକ୍ଷା ରମଣୀ ଝଙ୍କୃତା।

-


21 MAY 2019 AT 12:02

ସଖି ଗୋ
ସକାଳର ନିକ ସୈକତ ତୁମେ
ମୁଁ ସୌଖୀନ ଶଯ୍ୟାଶାୟୀ,
ସୀମାନ୍ତ ସୃଜନେ ପ୍ରସୂନ ତୁମେ
ମୁଁ ସୌଜନ୍ୟ ତୃପ୍ତ ଆଶାୟୀ।

ସଖି ଗୋ
ସଭ୍ୟତାର ସ୍ପର୍ଦ୍ଧିତ ରଭସ ତୁମେ
ମୁଁ ସିକ୍ତ ସରସୀ ଶମନ,
ସୃଷ୍ଟ ସେବତୀ ସପ୍ତପର୍ଣ୍ଣା ତୁମେ
ମୁଁ ସୂନୁ ରିକ୍ତ ଏ ଯବନ।

ସଖି ଗୋ
ସାମରଥା ପ୍ରେୟସିନୀ ତୁମେ
ମୁଁ ସାକ୍ଷୀ ସଦ୍ୟ ପ୍ରତ୍ୟୟ,
ସାଧ୍ୟ ବୈଭବେ ବ୍ୟସନ ତୁମେ
ମୁଁ ସିନ୍ଦୂରାର ହୃଷ୍ଟ ଲୟ।

ସଖି ଗୋ
ଆଜି ଜ୍ୱାଳାୟିତ ନାହିଁ ଶୁଭ୍ର କାନ୍ତେ
ଧୂମାୟିତ ବେନି କୋହ,
ଆସ ଦେଖିବ ମୃତବତ ଏ ଉହାଡେ
ଅଧୋପତିତ ଯୂଥିକା ଠୁଳେ
ଏ ପ୍ରାନ୍ତରେ ଅଲୋଡ଼ା ପରିସ୍ଫୁଟ ବିରହ।

-


2 APR 2019 AT 20:13

ଫେରିଗଲାଣି ଦିବାକର ଛଇଳ ଆଲୁଅକୁ
ଗଣ୍ଠିଲି ପକାଇ ଅସ୍ତମିତ କମଣ୍ଡଳୁ ଭିତରେ,
ଫେରିଲାଣି ନୀଡେ ନୀଡେ କଳକଣ୍ଠ ଖଗ
ଗୁହାଳେ ହମା ରାବନ୍ତେ ଧେନୁପଲ ସଧିରେ।
କେବଳ ରହିଛି ସେ ସଂଜ ପାହୁଣ୍ଡ ଡିଣ୍ଡିମେ
ଅସ୍ଥିର ପ୍ରାବହମାନ ସ୍ମୃତିର ସଂଜ ଦୀପାବଳୀ,
କେବଳ ରହିଛି ତ୍ୱରିତ ପ୍ରଣୟର ମରମେ
ଅକାତର ଶିହରିତ ତନ୍ଦ୍ରାଳସକୁ ନିରୀହ ଅଳି।
ଜର୍ଜରୀଭୂତ ଶିଥିଳ ଧିକ୍କାର ଉପାଦାନେ
ମୁଷ୍ଟିମେୟ କେହୁ ତୋ ବୃତ୍ତାନ୍ତ ଦରଶନ ନମ୍ର,
ଶାରୀ କହେ ଦେଖି ପଥିକ ସମୀରଣେ
ଯବନର ସୁରଭିତ ବେଶ ସୁର ଆନନ କମ୍ର।
ଦାଣ୍ଡ ବାରଣ୍ଡା ମଧ୍ୟେ ଭାଗବତ ନିର୍ମାଲ୍ୟ
ଦାଣ୍ଡ ଧୂଳି ଉଡି ଯାଏ ବରପତ୍ର ଶୟନ କକ୍ଷେ,
ଦି'ପହର ଧୂସରେ ଅଳୀକେ ସୁଷମା
ଗୋଧୂଳି ଖୋଜେ ପୁତ ସ୍ନେହମୟୀ ମା' ବକ୍ଷେ।

-


13 JAN 2019 AT 18:47

The energetic, enriching sympathy
Sets down the horizon,
The enchanting shines of sacrilegious
Sun permits the shiny moon.
The sky is exclusive of that mesmerized
Divine and fascinating body,
The celestial symbolic of emancipation
Embraces the sheath remedy.
The sanctimonious acknowledgement
Of the forthcoming hope,
The worst sets its way towards sanction
Of what be narrowing shape.

-


18 OCT 2021 AT 9:49


■ ...ପ୍ରିୟତମ ପାଥେୟର ସରଣୀ ■

(ଅଧୋଶୀର୍ଷକରେ)




-


21 SEP 2021 AT 17:56

.





-


30 OCT 2020 AT 11:41


କ୍ଳୀବ ଓଠେ ମୋର ତା' ବାଆ ବାଜିଲେ
ଅଙ୍ଗେ ନିଭାଏ ମୁଁ ହସ କାନ୍ଦ ଆଉ
ଅବଶିଷ୍ଟ ଗରିମା ମୋର,
ଭୋଗ କରେ ଜୀବନ ଗୋଟିଏ ଗୋଟିଏ କରି
ଜୀବନୁଁ ଫେଇ ଚାଲେ ମୁଁ ଗୋଟି ଗୋଟି ଯାହା ସୁନ୍ଦର।

-


17 OCT 2020 AT 17:47



ମୁଗ୍ଧ ଗୋଟିଏ ନବୀନ-ବିଶ୍ଵର ତଳେ
ମୁଁ ଦେଖିଛି ଶହେରୁ ଅନେଶତ
ତପ୍ତ ପିଣ୍ଡ ଧରି କେବଳ କୁହୁଳୁଥିବା ସେହି
ଶହେରୁ ଗୋଟିଏ ମୃଗତୃଷ୍ଣିକା ,
ଯାହା ଉପରେ ଭାସିପାରେ ଲୁହ ଓ ଲହୁ
ଏକାକାର ହୋଇ,
ଭ୍ରାନ୍ତି ଓ ସତ୍ଯର ଅମୀମାଂସିତ ଦୌଡରେ ।

( ଅନୁଶୀର୍ଷକରେ.... )

-


16 OCT 2020 AT 10:12

---- ଝଷ ଲୋଚନା -–---
–------💐💐💐------

-


Fetching Amritesh Khatua Quotes