Abhilipsa Sahoo   (Abhilipsa.)
1.6k Followers · 145 Following

read more
Joined 30 July 2018


read more
Joined 30 July 2018
20 HOURS AGO

ଅପରିଚିତ ସକାଳର ତୁମେ
ପ୍ରେମମୟ ଶୀତଳ ସୋପାନ
କୃଷ୍ଣ କଥାର ପୁସ୍ତକରେ ତୁମେ
ପ୍ରଚ୍ଛଦପଟରେ ପ୍ରେମିକ
ହେ ମୋ ପ୍ରଭୁ ସୁନ୍ଦର ଅନୁପୁରକ
ତୁମେ ଭାବ ସମୁଦ୍ରର ପ୍ରତୀକ

-


30 APR AT 20:59

ହେ କୃଷ୍ଣ
କାହିଁ କରୁଛ ଏ ହୃଦୟେ ହୁଂକାର
କାହିଁ ତୋଳୁଛ ଭାବର ଅଗଣା
ରଖୁଛ ଶବ୍ଦରେ ଭାବର ପ୍ରକାଶ
ତୋଳୁଛ କୋମଳ ସ୍ଥାପନା

ହେ କୃଷ୍ଣ
କାହିଁ ଏ ଅଳଙ୍କାର ପ୍ରଶ୍ନର ଆକାର
ସ୍ୱପ୍ନ ପରିଧିରେ ଶୀର୍ଷ ପ୍ରକାର
ପ୍ରଭୁ ପାରିଜାତ ଆତ୍ମର ପ୍ରତୀକ
କେବେ ଭରିବେ ଶ୍ରୀଚରଣ ହାର

-


29 APR AT 23:01

ହେ କୃଷ୍ଣ ରଙ୍ଗର ନାୟକ
ଅସମୟେ ପ୍ରେମ ପ୍ରଦାୟକ
କାରଣେ ହୃଦୟ ବିଦାରକ
ପୂର୍ଣ୍ଣ ଇଚ୍ଛାର ଆଦିପୁରକ
ଶରୀର କାହାଣୀର ପ୍ରେମୀ ରସିକ

ହେ କୃଷ୍ଣ ରଙ୍ଗର ନାୟକ
ହେ କିଶୋରୀ ଭାବ ବିସ୍ଥାରକ
ଜଗତ ଶ୍ରେଷ୍ଠ ମନ ମୋହକ
ହେ ପରମ ପ୍ରେମ ପ୍ରଚାରକ

ହେ କୃଷ୍ଣ ରଙ୍ଗର ନାୟକ
ଯୁଗଳ ଚରଣେ ଆଶ୍ରିତ ତୁଚ୍ଛ ମହକ
ଏ ଆତ୍ମା.. ହେବେ କି କୃପା ଦୃଷ୍ଟିରେ ଭକ୍ଷକ

-


28 APR AT 22:06

ହେ କୃଷ୍ଣ
ସୁନ୍ଦର ହେବ କି ଅଜଣା ସଂସାର ଏ
ତୁମ ସୃଷ୍ଟ ଭୌତିକ ପରିଧି ତଳେ
ଭାବ କି ବୁଝିବେ ଶବ୍ଦ ବି ଅବୁଝା
ପ୍ରେମ ହବ କି ନା ତୁମ ପରେ
ଏକ ଶବ୍ଦ ଏକ କଥାର ଆକାର
ଭାଷାର ସଙ୍ଗୀନ ସ୍ୱରେ
ତଥାପି କହିବି ତୁମକୁ ଜାଣିବି
ତୁମେ ବୁଝ କି ନ ବୁଝ ଧାରେ

ହେ କୃଷ୍ଣ
କଳ୍ପନା ପରେ ବି କଳ୍ପିତ ନ ହୁଏ
ତୁମ ମାୟାର ମୋହରେ ମହି
କେମିତି ରଙ୍ଗରେ ରଚିଲ ନାଟକ
ମାୟା ମଞ୍ଚରେ ଦର୍ପଣ ଧରି
ତୁମ ମାୟା ବି ଏ ପରେ ନାହିଁ//
କାହିଁ କହୁନ ହେ କୃଷ୍ଣ ତବ ମୋହ ରସ
ଏ ସୁଗନ୍ଧ ଜାତକ ଜ୍ୟୋତ୍ସ୍ନାରେ
ଆଉ କାହିଁ ଏ କି ମିଳିବ ମହକ
ହେବ ମୋ ପୁରକ ମୁଁ ତୁମ ପ୍ରତି ହେ

-


27 APR AT 23:16

ସଂସାର ତୁମ ଭିତରେ ତୁମେ ସଂସାରରେ
ଆସିବ କି ପ୍ରଭୁ କେବେ ଏ ଶରୀର ପରେ
ନାମ ତୁମ ଦେବ ଦେହେ ଶବ୍ଦ ଚାତୁରିର
ସଜାଇ ଦେବ ଶବ୍ଦ ମଧ୍ୟେ କୃଷ୍ଣ କିଶୋରୀର

-


26 APR AT 23:37

ହେ କୃଷ୍ଣ
ହୃଦୟ ବିରହ ଭଙ୍ଗେ ଶ୍ରବଣେ ତୁମ ମାୟା
ଶରୀରେ ସଂସାର ଚକ୍ର ଘେରେ ତୁମ ଅନୁଭବ କାୟା

-


25 APR AT 23:30

ଲୋଭି ହେଉନାହିଁ କି ଏ ମନ ପ୍ରଜାପତି
ଆଖି ରଖୁଥିବ ପ୍ରଭୁ ଏ ତୁମ ସମ୍ପତ୍ତି
ମାଂସ ପିଣ୍ଡୁଳା ଟାଏ
ପଞ୍ଚ ଭୂତେ ଶବ ମିଶୁ ନ ମିଶୁ ଯେ
ମନ ଶ୍ରୀଚରଣେ ଥାଏ

ଲୋଭି ହେଉନାହିଁ କି ଏ ବୁଦ୍ଧିର ଆକୃତି
ଆଖି ରଖୁଥିବ ପ୍ରଭୁ ଏ ତୁମ ସମ୍ପତ୍ତି
ଶବ ଜିଅନ୍ତା ଟାଏ
ଚେତନା ତୁମର ଚୈତନ୍ୟ ନ ଲଭୁଣୁ
ବୁଦ୍ଧି ପୀତାମ୍ବରୀ ଗାଏ

ହେ କୃଷ୍ଣ//

-


24 APR AT 23:30

ହେ କୃଷ୍ଣ
ଆତୁର ଏ ଶବ୍ଦ କୋଷର ସଂଯମ ସବୁ
କରିବାକୁ ଶ୍ରୀ ପଦ ବନ୍ଦନା
ଭାବାତୁର ସାୟଂ ସକାଳ ସବୁ
ହେବାକୁ ତବ ଅନୁରାଗେ ମଧୁ ଭବ ମୂର୍ଚ୍ଛନା

-


23 APR AT 22:25

ଜ୍ୟୋତ୍ସ୍ନା ଭିଜା କଳ୍ପନା ସବୁରେ
ଜହ୍ନର ବିଚଳିତ ଇଙ୍ଗିତ
ଯେମିତି ଅନୁଭବର ବେଳାଭୂମିରେ
ତୁମେ ପରିକଳ୍ପନାର ସମୀପ
ଅଜାଣତରେ ଇର୍ଷାଳୁ ସ୍ମିତହାସ୍ୟ
ପୁଣି ସନ୍ଧ୍ୟାର ଉଷ୍ଣ ଆକର୍ଷଣରେ
ଲୀଳା ପୁରୁଷଙ୍କ ରହସ୍ୟ
ଘଞ୍ଚ ବାଦଲର କୋରଡ଼ରେ
ପୀତାମ୍ବରୀ ସୂକ୍ଷ୍ମ ସୁଗନ୍ଧ
ପ୍ରେମର ପୁନେଇଁ ମହକରେ
ଦେଇ ହଜିଯାଅ କୃଷ୍ଣ ସ୍ପର୍ଶ

-


22 APR AT 22:21

ଏ ଗ୍ରୀଷ୍ମର ସତେଜତାରେ
ବେଳେ ବେଳେ ଇଚ୍ଛା ହୁଏ ଲେଖିବାକୁ
କିଛି ଶବ୍ଦ କିଛି ଭାବନାର କିଛି ପ୍ରଚ୍ଛଦପଟ ମୂହୁର୍ତ୍ତ
ପୁଣି ହଜିଯିବାକୁ ଇଚ୍ଛା ହୁଏ
ଏ ଭାବନାର ସଙ୍ଗୀତରେ
ନିଃସଙ୍ଗତାର କୋଳାହଳରେ
ତାତିର ସ୍ନିଗ୍ଧ ଆର୍ଦ୍ରତାରେ
ବ୍ୟାକୁଳତାର ସରୋବରରେ
ମୋ କଳା ଠାକୁରଙ୍କ ସୁଗନ୍ଧରେ
ପ୍ରେମର ଚନ୍ଦନ ଚାଞ୍ଚଲ୍ୟରେ
ଚତୁର୍ଦ୍ଦଶୀର ଚାମରରେ
କିଛି ବୁନ୍ଦା ମେଘୁଆ ଶିହରଣରେ
କିଛି ଶବ୍ଦରେ
କିଛି ଭାବନାରେ

-


Fetching Abhilipsa Sahoo Quotes