QUOTES ON #ବନ୍ଦେଉତ୍କଳଜନନୀ

#ବନ୍ଦେଉତ୍କଳଜନନୀ quotes

Trending | Latest
16 OCT 2020 AT 9:56


[ ଏକାଧିକ ମାସର ବ୍ୟବଧାନ ପରେ ଆଜିର ଉଦୟଲଗ୍ନ ମୋ ଉତ୍କଳ ଜନନୀଙ୍କ ପ୍ରତି ମଙ୍ଗଳ ନିବେଦନ। ]

-


1 APR 2020 AT 19:44

ହେ ଉତ୍କଳ... ବିସ୍ତୃତ ତୋର ଏ ଇତିହାସ,
ସହିଛୁ କେତେ ତୁ ପରିହାସ।

କେତେ ବୁଦ୍ଧିଜୀବୀ, କେତେ ଯେ ସେ କବି...
ଦେଇଛୁ ସମର୍ପି ନ କରି ବି ଟିକେ ପ୍ରତିବାଦ...

ଉତ୍କଳ ରେ ତୋତେ ଧନ୍ୟବାଦ... ଉତ୍କଳ ରେ ତୋତେ ଧନ୍ୟବାଦ।

“ବନ୍ଦେ ଉତ୍କଳ ଜନନୀ।”



-


31 MAR 2019 AT 20:20

ବନ୍ଦେ ବୈଭବମଣ୍ତିତା ବନ୍ଦେ ଚିରୋଜ୍ଜ୍ୱଳ ଚର୍ଚ୍ଚିତା
ଉଡ୍ର ତୋଷାଳି ଉତ୍କଳ କଳିଙ୍ଗ ଦେବୀଶଙ୍ଖାର୍ଜିତା,
ବିଦ୍ରୂପ ବିଦ୍ରୋହଜିତା ଅରିନ୍ଦମପ୍ରସୂତା ଦର୍ପଖଣ୍ଡିତା
ବନ୍ଦେ ଉତ୍କଳ ବନ୍ଦେ ଚିରନ୍ତନା ଦୃପ୍ତଶ୍ରୀ ଦଣ୍ଡାୟିତା।
ସ୍ତୂପୀକୃତ ଶଙ୍ଖେ ଶଙ୍ଖେ ଶ୍ରାବ୍ୟା ମୁଗ୍ଧାଙ୍ଗିନୀ ଚିତା
ସ୍ତବେ ସ୍ତବେ ସୁରମୁନୀନ୍ଦ୍ରାର୍ଚ୍ଚିତା ଗୋ ଦିବ୍ୟା ଅର୍ପିତା,
ସ୍ତନେ ବିହି ବିହିତ ବକୁଳବନ ମାଣିକ ଭକ୍ତି ହର୍ଷିତା
ସ୍ଥାପିତ ସୌରଭ ସୌନ୍ଦର୍ଯ୍ୟ-କିରୀଟା ସୁତ ପ୍ରଚେତା।
କାହ୍ନୁ ଭୁସୁକୁ ଶୂଦ୍ରେ ବ୍ରହ୍ମଜ୍ଞେତା ସାରଳା ଅର୍ଜୁନ ଦାସ
କୃଷ୍ଣ ମୂରଳୀ ସମ ବାଦିତା ସର୍ବତ୍ରେ କାବ୍ୟେ ଉଲ୍ଲାସ,
କବିବର ଭଞ୍ଜ ଦୀନକୃଷ୍ଣ ବଳଦେବ ଅରକ୍ଷିତ ଦାସ
କୃପାନିଧି ଦତ୍ତ ସାଲବେଗ ସାରିଆ ଭିକ ଭକ୍ତ ବିଶ୍ୱାସ।
ଜାତିବୀର କୌଳିକ ମଧୁସୂଦନ ଯୂଥେ ଯୂଥେ ପୂରଜନ
ଜୁଲମ ବିଦ୍ରୋହେ ଲକ୍ଷ୍ମଣ ନାଏକ ବିଭାଜି ଛାମୁକରଣ,
ଜୀବନ ଥକା କୁଣ୍ଠିତ ଗୋ ସୁରେନ୍ଦ୍ରନାଥ ଜୟ ପ୍ରସ୍ରବଣ
ଜାତିପ୍ରାଣୋତ୍ସ ରାଧାନାଥ ଗଙ୍ଗାଧର ନୀଳମଣି କାରଣ।
ଉପନ୍ୟାସେ ଫକୀରମୋହନ ଜାତି ପରାଣ ଉତ୍ସର୍ଜିତ
ଚରଣରାଶି ଅରପି କୃତାର୍ଥ ଆଚାର୍ଯ୍ୟେ ପଶ୍ଚିମ ପ୍ରଦୀପ୍ତ,
ଗୋଦାବରୀଶ ଗୋପବନ୍ଧୁ କୃପାସିନ୍ଧୁ ଭଗବତୀ ଚର୍ଚ୍ଚିତ
ଗୋକୁଳାନନ୍ଦ କିଶନ ସୁରେନ୍ଦ୍ର ହରିହର କାଳିନ୍ଦୀ ବିଦିତ।




-


21 FEB 2017 AT 22:50

ଏକ ଅଜବ ପ୍ରକାର କି ସୁନ୍ଦର ଅଟେ ଆମର ମାତୃଭାଷା ।
ତୁମେ ଅନ୍ୟ ଭାଷାରେ କଥାତ କରିପାରିବ କିନ୍ତୁ ସୁଗନ୍ଧ ରହିବ ନାହିଁ ।।
ବନ୍ଦେ ଉତ୍କଳ ଜନନୀ

There is a special kind of beauty exists in your mother language.
You can speak in any other language but can't create that essence which your mother language can.
Bande Utkal Janani


-


17 OCT 2020 AT 19:46

"ମାତୃଭୂମି ମାତୃଭାଷା ଉଭୟେ ଜନନୀ
ସେବି ତାକୁ ଭକ୍ତିଭରେ ଦିବସେ ରଜନୀ ।
ଏ ମାନବ ଜନ୍ମ ହେଉ ସଫଳ ମୋହର
ଏ ଭିକ୍ଷା କରନ୍ତୁ ପୂର୍ଣ୍ଣ ପ୍ରଭୁ ମହେଶ୍ୱର ।"

ମଧୁସୂଦନ ରାଓ

-


30 MAY 2020 AT 16:33

ଉଠ ଉଠ ବାରେ ଉତ୍କଳ ସନ୍ତାନ
ଶୋଇଥିବ କେତେଦିନ,
ହୃଦୟ ରେ ଭରି କାପୁରୁଷପଣ
ହେବ କେତେ ହିନିମାନ ।
ଅହମିକା ହାତେ କରି ସମର୍ପଣ
ନିଜ ଭାଗ୍ୟ ବାଡି-ବୃତ୍ତି,
କେତେ ଦିନ ଆଉ ବିବଶ ହୋଇଣ
ସହୁଥିବ ମଥାପାତି ।
କେତେ ଦିନ ଆଉ ନିଜର ସ୍ୱହସ୍ତେ
ନିଜକୁ କରିବ ହତ୍ୟା,
ଜାଗ୍ରତ ହୁଅ ପାଇକ ପୁଅହେ
ତେଜିଣ ସକଳ ବ୍ୟଥା ।
ଜାଗି ଉଠ ଆହେ ବୀର ଯୋଦ୍ଧାଗଣ
ଠୁଳ କରି ସବୁ ପଣ,
ଲିଭାଇ ଦିଅହେ ଅଧର୍ମର ଚିହ୍ନ
ଧର୍ମ କରି ସଂସ୍ଥାପନ ।
ଆହେ ଉତ୍କଳ ବୀର ସନ୍ତାନ ।

-


8 JUN 2020 AT 0:55

ସେ ଓଡିଶା ମାଟିର ସନ୍ତାନ
ସାହିତ୍ୟ ଯାହାର ହୃତସ୍ପନ୍ଦନ
ଦେଶ ଜାତି ପାଇଁ ତାଙ୍କର ପ୍ରେମ
ଆଜି ସେଇ କାନ୍ତକବିଙ୍କ ଜୀବନ
ସାର୍ଥକତାରେ ହେଲା ପରିପୂର୍ଣ୍ଣ
ତାଙ୍କର ରଚିତ"ବନ୍ଦେ ଉତ୍କଳ ଜନନୀ"
ପାଇଛି ଆଜି "ରାଜ୍ୟ ସଙ୍ଗୀତ"ର ସମ୍ମାନ
ହେ ମୋର ପ୍ରିୟ ଓଡ଼ିଆ ଭାଇ ଭଉଣୀ ଗଣ
ସମସ୍ତଙ୍କୁ ଅନେକ୍ ଶୁଭେଚ୍ଛା ଓ ଅଭିନନ୍ଦନ

-


14 AUG 2020 AT 23:42

🇮🇳ଶସ୍ୟ ,ଶ୍ୟାମଳା ହୋଇ
ଭରିଉଠୁ ସାରା ରାଇଜ
୭୪ତମ ଜନ୍ମତିଥି
ତୋର ପୂର୍ଣ୍ଣ ହେଉ
ଶାନ୍ତିଃ, ମୈତ୍ରୀ,
ପ୍ରିତି ର ବାର୍ତ୍ତା ନେଇ।🇮🇳

-


11 NOV 2020 AT 20:04

ସାହିତ୍ୟ ରେ ଖୁଲମଖୁଲା ନଗ୍ନତା ଓ କାମାତୁର ଶୈଳୀ ର ଲେଖା ହୁଏତ ଭାଷା ସାହିତ୍ୟ କୁ ଅବାଟ ରେ କଢାଇ ନେବ ।
ସାଧୁ ସାବଧାନ !!!!
ଗଳ୍ପ,ପ୍ରବନ୍ଧ, କବିତା ଆଦି ସମସ୍ତେ ଲେଖନ୍ତୁ ନିଜ ର ମନ ର ଭାବ କୁ ପ୍ରକାଶ କରନ୍ତୁ କିନ୍ତୁ ସବୁ ର ସୀମା ଅଛି ଏବଂ ଶାଳୀନତା ରକ୍ଷା କରି ସୃଜନୀ ଆଗକୁ ଯାଏ ।
ଦୟାକରି ଏମିତି ଅଶାଳୀନ ଲେଖା ଆପଣ ମାନଂକ ଦୃଷ୍ଟି କୁ ଆସିଲେ ଏହାର ବିରୋଧ କରନ୍ତୁ । ଦଳେ ସ୍ୱଘୋଷିତ ନବ ପ୍ରତିଭା ଏବେ ଏମିତି ହିଁ କିଛି ଚଲାଇଛନ୍ତି । ଏହା ଖୁବ୍ ନିନ୍ଦନୀୟ ।
ଭାଷା ସାହିତ୍ୟ ର ସୁରକ୍ଷା ଏବଂ ଅଗ୍ରଗତି ଆପଣ ମାନଂକ ହାତ ରେ ।
(ମନ୍ତବ୍ୟ ମୋର ନିଜସ୍ୱ ଅଟେ । କାହାକୁ ବ୍ୟକ୍ତିଗତ ଭାବେ ଆଘାତ ଲାଗିଲେ ମୁଁ ଦୁଃଖିତ ) ।
ବନ୍ଦେ ଉତ୍କଳ ଜନନୀ । 🙏

-


15 AUG 2020 AT 14:36

ଦୀର୍ଘ ପଞ୍ଚସ୍ତରୀ ବର୍ଷ ଦେଶ ସ୍ୱାଧୀନ ହେଲା ପରେ ବି, ସ୍ୱାଧୀନତା ର ସ୍ୱାଦ ଲାଗେ ଅଲଣା..... ଆଜିର ଏଇ ସ୍ୱାଧୀନ ଭାରତରେ ଚାଲିଛି
ଛକ ଛକ ରେ ଛୁରୀ.... ଗଳି ଗଳି ରେ ଗୁଳି
ଶାସନ ନାଁରେ ଶୋଷଣ,ଧର୍ମ ନାଁରେ ଧର୍ଷଣ,ପ୍ରଗତି ସାଜିଛି ଦୁର୍ନୀତି, ବଦଳି ଯାଇଛି ରାଜନୀତି.... ତଥାପି ଆମେ କହୁଛେ ଆମେ ସ୍ୱାଧୀନ ଦେଶର ନାଗରିକ..
ବନ୍ଧୁଗଣ, ସଜାଗ ରୁହନ୍ତୁ ନିଜେ ନିଜକୁ ପରଖିବା ସହିତ ସ୍ୱାଧୀନ ଭାରତକୁ ଥରେ ପରଖି ନିଅନ୍ତୁ, ତେବେ ଯାଇ ସ୍ୱାଧୀନତା ର ସ୍ୱାଦ ନିଆରା ଲାଗିବ...
🇮🇳ବନ୍ଦେ ଉତ୍କଳ ଜନନୀ 🇮🇳

-