ବଂଜର ନିର୍ଜୀବ ଭୂମି ର ଜୀବନ, ଆତୁର ମନେ ଚାଷୀ ଚାହେଁ ଗଗନ
କଳା ବାଦଲ କରେ ଆଶା ର ସଞ୍ଚାର, ହସି ଖେଳି ଉଠେ ତା ଘର ସଂସାର
ଅପୂର୍ବ ଧରଣୀ ସୁଗନ୍ଧେ ମହକେ ଗଗନ, କରେ ଯେବେ ଧରା କୁ ସେ ପ୍ରଥମ ଚୁମ୍ବନ
ଥୁଣ୍ଟା ଶ୍ରୀହୀନ ବନେ ଭରେ ସବୁଜିମା, କଳ କଳ ନାଦେ ଝରେ ଝରଣା
ଆଲୋ ସଖୀ
ଶ୍ରାବଣ ର ସେ ବର୍ଷା ହେଲେ
ତୁମେ ମୋ ମନ ବର୍ଷା ବୈଜୟନ୍ତୀ
ଉତ୍ତପ୍ତ ଧରଣୀ ତା ସ୍ପର୍ଶରେ ହୁଏ ଶୀତଳ,ତୃପ୍ତ ମୋ ମନ ନିହାରି ତୁମ ନୁପୁର ନେତ୍ର
ଧନ୍ୟ ସେ କର୍ତ୍ତା, ଅତି ସୁନ୍ଦର ତା କାରିଗରୀ; ଚକିତ ସାରା ଜଗତ ଦେଖି ତୁମ ରୂପ ଚାତୁରୀ
ଶବଦ ର ଶ୍ରାବଣ କଲମ ରୁ ଝରେ, ଝୁମେ ମୋ ମନ ତୁମ ମଧୁର ପ୍ରେମ ମଲ୍ହାରେ
ଆଶିଷ ଶୁଭାଶିଷ ତୁମ ଜନ୍ମଦିନ ର ; ହସି ଦିଅ ଟିକେ ତୁମେ, ଲାଗେ ଅତି ମଧୁର
ସୁଖର ସାଗର ହେଉ ଅବା ଦୁଖଃ ର ବନ୍ୟା, ସାଥେ ଚାଲୁଥିବ ସଦା ତୁମ ଏ ସଖା
ଆଲୋ ସଖୀ
ଶ୍ରାବଣ ର ସେ ବର୍ଷା ହେଲେ
ତୁମେ ମୋ ମନ ବର୍ଷା ବୈଜୟନ୍ତୀ
-