ଅନ୍ୟତମା
****************
ଆଜିବି ତୁମେ ମୋ କାହାଣୀର-
- ଏକ ‘’ନୀରବ ବିଶ୍ଲେଷଣ’’
ହୃଦୟର ଏଇ ଗୋପନୀୟତାରେ
‘ଅନ୍ୟତମା’ ସମ୍ଭାଷଣ,
ନିରୁତ୍ତର ଏକ ନିଃସଙ୍ଗ ମୁହୂର୍ତ୍ତେ
ନିଚ୍ଛକ ନୀରବ ସତ୍ତା
ଗଭୀର ନିଶୀଥେ ନିଶ୍ୱାସ ଛୁଆଁ
ବାସନାର ବିବଶତା .. ।।
ତପନ ଦୀକ୍ଷିତ(ବେଳାଭୂମି)
ନାସିକେଶ୍ୱର, କାକଟପୁର, ପୁରୀ
-