କିନ୍ତୁ ଏଥର ଥିଲା ସମ୍ପୂର୍ଣ୍ଣ ଭିନ୍ନ ।
ସ୍ବପ୍ନ ହିଁ ଲାଗୁଥିଲା, କିନ୍ତୁ କିଛି ଅଲଗା ବୋଧେ ।
ଦୁଇ ହାତ ଦୂରତା, ମଝିରେ ଗୋଲ୍ ଟି'ପୟ, ଆଉ କିଛି ଭାବପ୍ରବଣତା ।
ବଦଳି ଯାଇଛି ସମୟ,
ଅତିକ୍ରାନ୍ତ କରିସାରିଛି ଅମାପ ଦୂରତା,
କିନ୍ତୁ ନା ତମେ ବଦଳିଲ ନା ମୁଁ ।
ପ୍ରତୀକ୍ଷାରେ ଏ ଆଖି ଥକି ପଡ଼ିଥିଲା,
ତେଜୀୟାନ ପୁନଃଶ୍ଚ
ତମ ଉପସ୍ଥିତିର ସ୍ପର୍ଶରେ।
ଦଲକାଏ ପବନ ଛୁଇଁଗଲା ମୁହଁକୁ ମୋର,
ନିଶ୍ଚେ ବାଜି ଆସିଥିବ ତମ ଦେହରେ,
ରୋମାଞ୍ଚିତ ଆଉ ପୁଲକିତ ହୁଏ ମନ ମୋର
ସେଇ ସମ୍ମୋହିନୀ ବାସ୍ନାରେ ॥
ଏ ତ ସେଇ ମୁହୂର୍ତ୍ତ,
ଯାହା ପାଇଁ ଥିଲି ଅପେକ୍ଷାରତ
ଏତେ ବତାସର ବିଭୀଷିକା ପରେ ବି ।
ଆଗତ ଏ ସାୟାହ୍ନ,
ଓଃ ! ଶହେ ବର୍ଷର ସମୟ କିଏ ଖଞ୍ଜି ଦେଇଗଲା କି ଏଇ ମୁହୂର୍ତ୍ତରେ ! (2/3)
-